୯ ମାଓବାଦୀଙ୍କ ଆତ୍ମସମର୍ପଣ, ୪୫ ଲକ୍ଷର ପୁରସ୍କାର ଥିଲା ମୁଣ୍ଡ ଉପରେ

୯ ମାଓବାଦୀଙ୍କ ଆତ୍ମସମର୍ପଣ, ୪୫ ଲକ୍ଷର ପୁରସ୍କାର ଥିଲା ମୁଣ୍ଡ ଉପରେ

୯ ମାଓବାଦୀଙ୍କ ଆତ୍ମସମର୍ପଣ, ୪୫ ଲକ୍ଷର ପୁରସ୍କାର ଥିଲା ମୁଣ୍ଡ ଉପରେ

ଖଡ଼ିଆଳ: ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ସୁରକ୍ଷାବାହିନୀଙ୍କ ଚାପ ଓ ପୁନର୍ବାସ ନୀତିର ପ୍ରଭାବରେ ୯ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସିନାପାଲି ଓ ଏସଡିକେ (SDK) ଏରିଆ ସହ ସଂପୃକ୍ତ ଏହି ମାଓବାଦୀମାନଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି।ଆତ୍ମସମର୍ପଣ କରିଥିବା ଏହି ୯ ଜଣଙ୍କ ମୁଣ୍ଡ ଉପରେ ସର୍ବମୋଟ ୪୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା। ଆତ୍ମସମର୍ପଣ ସମୟରେ ସେମାନେ ୩ଟି AK-47, ୨ଟି SLR ଓ ଗୋଟିଏ .303 ରାଇଫଲ ସହ ଗୁଳିବାରୁଦ ମଧ୍ୟ ଜମା ଦେଇଛନ୍ତି।

ସୁରକ୍ଷା ଅଧିକାରୀମାନଙ୍କ କହିବା ଅନୁସାରେ, ମାଓବାଦୀ ବିରୋଧୀ ଅଭିଯାନ ଓ ସରକାରଙ୍କ ପୁନର୍ବାସ ଯୋଜନା ଫଳରେ ଏପରି ଆତ୍ମସମର୍ପଣ ଘଟଣା ଘଟୁଛି, ଯାହା ଆଗାମୀ ଦିନରେ ଅଞ୍ଚଳରେ ଶାନ୍ତି ସ୍ଥାପନାରେ ସାହାଯ୍ୟକାରୀ ହେବ।