୭୮ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ନିଷ୍ଠା ପରିବାର ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର (ଚତୁର୍ଥ ଦିନ) ୭୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତାରିଖ: ୨୭-୧୨-୨୦୨୫ (ଶନି ବାର)ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ବୀରାଧି ବୀର, ବର ପ୍ରବଳ ପ୍ରତାପୀ ମଥୁରା ନରେଶ କଂସ ମହାରାଜଙ୍କ ଆଦେଶରେ, ଜର୍ଜ ହାଇସ୍କୁଲ, ମୀନା ବଜାର ପଡିଆରେ ନିଷ୍ଠା ପରିବାର ତରଫରୁ ଚତୁର୍ଥ ଦିନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ବରେଣ୍ୟ ଅତିଥି ଭାବରେ ବରଗଡ଼ ର ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ,ପଦମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂହ ବରିହା, ବରଗଡ଼ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ମାନିନୀ ଭୋଇ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ବରଗଡ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ମା ସମଲେଇଙ୍କ ପୂଜାର୍ଚ୍ଚନା ପରେ ଫିତା କାଟି ଶିବିରର ଶୁଭାରମ୍ଭ କରି ରକ୍ତ ଦାତା ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ସମ୍ବାନୀତ ଅତିଥି ଭାବରେ ରାଜ ପୋଲି କ୍ଲିନିକ ଓ ଡାଇଗ୍ନୋଷ୍ଟିକ ର ଡାଇରେକ୍ଟର ରାଜ କିଶୋର ପାଣଗ୍ରାହୀ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଧନୁଯାତ୍ରା ଦେଖିବାକୁ ଆସିଥିବା ସମୟରେ ରକ୍ତଦାନ ପାଇଁ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।ତୃତୀୟ ଦିନରେ ସମ୍ବଲପୁର ରକ୍ତଭଣ୍ଡାର ଦ୍ୱାରା ସର୍ବମୋଟ ୭୫ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିରଟିକୁ ନିଷ୍ଠା ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ସୁଚାରୁ ଓ ସୁସଂଗଠିତ ଭାବେ ପରିଚାଳନା କରିଥିଲେ।ସମସ୍ତ ରକ୍ତଦାତାମାନଙ୍କୁ ନିଷ୍ଠା ପରିବାର ତରଫରୁ କୋଟି କୋଟି ପ୍ରଣାମ ଓ ହୃଦୟରୁ ଧନ୍ୟବାଦ ଜଣାଉଛୁ।ରକ୍ତଦାନ ଶିବିର ସହ ସଂଲଗ୍ନ ଭାବେ ନିଷ୍ଠା ପରିବାର ତରଫରୁ ଏକ ସ୍ତନ୍ୟପାନ କେନ୍ଦ୍ରର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।