୭୮ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଅବସର ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ପ୍ରଥମ ଦିନ ରେ #୫୧ୟୁନିଟ ରକ୍ତ ସଂଗୃହୀତ ….

୭୮ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଅବସର ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ପ୍ରଥମ ଦିନ ରେ #୫୧ୟୁନିଟ ରକ୍ତ ସଂଗୃହୀତ ....

୭୮ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଅବସର ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ପ୍ରଥମ ଦିନ ରେ #୫୧ୟୁନିଟ ରକ୍ତ ସଂଗୃହୀତ …….

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୨୪-୧୨-୨୦୨୫ରିଖ (ବୁଧ ବାର)ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଅବସର ରେ ଜର୍ଜ ହାଇସ୍କୁଲ ,ମିନା ବଜାର ପଡିଆ ଠାରେ ନିଷ୍ଠା ପରିବାର ତରଫ ରୁ ପ୍ରଥମ  ଦିନ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ, ସମ୍ବାନୀତ ଅତିଥି ଭାବରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ,ଠିକାଦାର ସଂଘ ର ସଭାପତି ସୁଧାଂଶୁ ଗଡତିଆ, ଲକ୍ଷ୍ମୀ ରଥ, ସଞ୍ଜୀବ ମହାପାତ୍ର ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଧନୁଯାତ୍ରା ଦେଖି ଆସିଥିବା ସମୟ ରେ ରକ୍ତ ଦେବା ପାଇଁ ଯୁବକ ଯୁବତୀ ଙ୍କ ମଧ୍ୟ ରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରଥମ ଦିନ ରେ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିର କୁ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫରୁ କୋଟି କୋଟି ପ୍ରଣାମ ଓ ହୃଦୟ ରୁ ଧନ୍ୟବାଦ ଜ୍ଞାପନ କରୁଛୁ। ରକ୍ତଦାନ ଶିବିର କୁ ସଂଲଗ୍ନ କରି ନିଷ୍ଠା ପରିବାର ତରଫ ରୁ ଏକ ସ୍ତନ୍ୟପାନ କେନ୍ଦ୍ର ର ବ୍ୟବସ୍ଥା କରାଯାଇଛି।