୪୮ ଘଣ୍ଟାରେ ୩୪୦ ଜଣ ଜୀବନ ହାରାଇଛନ୍ତି ଏବଂ ୧୩୭ ଜଣ ଆହତ ହୋଇଛନ୍ତି।

ଇସଲାମାବାଦ ବନ୍ୟା ବିପର୍ଯ୍ୟୟପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଭୟାବହ ବନ୍ୟାରେ ବ୍ୟାପକ ଧ୍ୱଂସ ସୃଷ୍ଟି ହୋଇଛି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ୪୮ ଘଣ୍ଟାରେ ୩୪୦ ଜଣ ଜୀବନ ହାରାଇଛନ୍ତି ଏବଂ ୧୩୭ ଜଣ ଆହତ ହୋଇଛନ୍ତି।ବୁନେର, ସ୍ୱାତ, ଶାଙ୍ଗଲା, ବଟ୍ଟାଗ୍ରାମ, ବାଜୌର ଏବଂ ମାନସେହରା ସହିତ ୯ଟି ଜିଲ୍ଲାରେ ପ୍ରାୟ ୨୦୦୦ କର୍ମଚାରୀଙ୍କୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।ଶନିବାର, ରିଲିଫ୍ କର୍ମୀମାନେ ବନ୍ୟା ଓ ଭୂସ୍ଖଳନରେ ଧ୍ୱଂସ ହୋଇଥିବା ଘରମାନଙ୍କ ଭଗ୍ନାବଶେଷରୁ ଆଉ ୬୩ ମୃତଦେହ ବାହାର କରିଛନ୍ତି।ଏହାସହିତ, ପାଣିପାଗ ବିଭାଗ ସତର୍କ କରିଛି ଯେ, ଆଗାମୀ ଦିନରେ ଆହୁରି ପ୍ରବଳ ବର୍ଷା ହୋଇପାରେ, ଯାହାରୁ ପରିସ୍ଥିତି ଅଧିକ ଜଟିଳ ହେବାର ସମ୍ଭାବନା ରହିଛି।