୪୩ ଘରୋଇ ଗ୍ୟାସ ସିଲିଣ୍ଡର ଜବତ
ଗଜପତି,:(ମନୋଜ ପାଢ଼ୀ )-:ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ତଥା ଜିଲ୍ଲା ଯୋଗାଣ ଅଧିକାରୀ ଅନୁପ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର କଳାବଜାରି ଉପରେ ଚଢାଉ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଆର୍.ଉଦୟଗିରି ବ୍ଲକ ସଦରମହକୁମା ଓ ଛେଳିଗଡ ଠାରେ ଚଢାଉ ହୋଇଥିଲା । ଛେଳିଗଡ ଗ୍ରାମର ଶଶିକାନ୍ତ ପଟ୍ଟନାୟକ ନାମକ ବ୍ୟକ୍ତି ଜଣକ ବିପୁଳ ପରିମାଣର ଗ୍ୟାସ୍ ସିଲିଣ୍ଡର ଗଚ୍ଛିତ ରଖିଥିବା କୌଣସି ସୂତ୍ରରୁ ଖବର ପାଇ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ଶ୍ରୀ ପଟ୍ଟନାୟକ ରଖିଥିବା ଏକ ଘରୁ ୪୩ ଗୋଟି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରକୁ ଜବତ କରିଥିଲା ଯୋଗାଣ ବିଭାଗ । ଏନେଇ ସମସ୍ତ ତଥ୍ୟ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିବା ପରେ ଉଲ୍ଲେଖିତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ସୂଚନା ପ୍ରଦାନ କରାଯାଇଛି । ଏହି ଚଢାଉରେ ସହକାରୀ ଯୋଗାଣ ଅଧିକାରୀ ସୁହାଂସ ଭୋଇ, ପୃଥିବୀରାଜ ପ୍ରଧାନ, ଅତିରିକ୍ତ ଯୋଗାଣ ଅଧିକାରୀ ସବ୍ୟସାଚୀ ବସ୍ତିଆ, ମାର୍କେଟିଂ ଇନ୍ସପେକ୍ଟର ପ୍ରିୟବ୍ରତ ପରମାଣିକ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ବିଷୟ ନେଇ ଆମ ପ୍ରତିନିଧି ରା, ଉଦୟଗିରି ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଜବତ ଗ୍ୟାସ କେଉଁ ବ୍ୟକ୍ତିଙ୍କ ମୁଁ ଜାଣିନି ବୋଲି କହିଥିଲେ । ଛେଳିଗଡ ଗ୍ରାମର ଲୋକମାନେ କୁହାକୁହି ହେଉଛନ୍ତି ଏହି ଗ୍ରାମର ଜଣେ ମୁଷ୍ଟିମୟ ବ୍ୟକ୍ତି ଜଣକ ଦୀର୍ଘ ଦିନ ଧରି ବିନା ଲାଇସେନ୍ସରେ ଯୋଗାଣ ବିଭାଗ ଅଧିକାରୀ ମାନଙ୍କୁ ହାତ କରି ଏହି ବେବ୍ୟସାୟ କରି ଆସୁଥିଲେ ବୋଲି ଚର୍ଚ୍ଚା ହେଉଛି ଗ୍ୟାସ ବିକ୍ରୀ କରୁଥଲେ ।
