୪୦ ହଜାର ଟଙ୍କା ସହ ଦେଢ଼ କେଜି ରୁପା ଚୋରି ।
ଗଜପତି,୨୮.୧୨.୨୦୨୫(ମନୋଜ ପାଢ଼ୀ) ପାରଳାଖେମୁଣ୍ଡି ସହରର କୁମୁଟି ସାହିର କେ.ନାରାୟଣାଙ୍କ ଘରେ ଦୁର୍ବୃତ୍ତ ପଶି ଦେଢ କେଜି ରୁପା ଅଳଙ୍କାର ସମେତ ନଗଦ ୪୦ ହଜାର ଟଙ୍କା ଚୋରି କରିନେଇଥିବା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି| ଅଭିଯୋଗ ପ୍ରକାରେ କେ.ନାରାୟଣ ଏବଂ ତାଙ୍କ ପରିବାର ଲୋକେ ସୋମବାର ଆନ୍ଧ୍ରର ବୋବିଲି ଗ୍ରାମକୁ ଯାଇ ପାଞ୍ଚ ଦିନ ପରେ ନିଜ ଘରକୁ ଫେରିଥିଲେ | ଘରକୁ ଫେରି ଦେଖିବା ବେଳେ କେହି ଆଲମିରାରେ ଥିବା ନଗଦ ୪୦ ହଜାର ଟଙ୍କା ସମେତ ରୁପା ଅଳଙ୍କାର ନେଇ ପଳାଇ ଥିବା ଅଭିଯୋଗ ହୋଇଛି । ତେବେ ଘରର କୌଣସି ତାଲା ଭଙ୍ଗା ଯାଇନଥିବା ବେଳେ ଛାତ ଉପର ଦେଇ ଦୁର୍ବୃତ୍ତ ପଶିଥିବାର ଅନୁମାନ କରାଯାଉଛି। ଏନେଇ କେସ ନଂ ୪୨୧ | ୨୫ ରେ ପୁଲିସ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

