୩୫ ପୁରୁଷ ଓ ମହିଳା ମାନଙ୍କୁ ଛତୁ ଚାଷ ତାଲିମର ଉଦଯାପନୀ।

୩୫ ପୁରୁଷ ଓ ମହିଳା ମାନଙ୍କୁ ଛତୁ ଚାଷ ତାଲିମର ଉଦଯାପନୀ।

୩୫ ପୁରୁଷ ଓ ମହିଳା ମାନଙ୍କୁ ଛତୁ ଚାଷ ତାଲିମର ଉଦଯାପନୀ।

ଗଜପତି,୬.୩ (ମନୋଜ ପାଢ଼ୀ)ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଏବଂ ରାୟଗଡ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ର ପୁରୁଷ ଓ ମହିଳା ମାନଙ୍କୁ ଛତୁ ଚାଷ ତାଲିମର ଉଦଯାପନୀ ସଭା,ଗଜପତି ଜିଲ୍ଲା ୟୁନିୟନ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ-ଗଜପତି, ପାରଳାଖେମୁଣ୍ଡି ସଭା ଗୃହରେ ତା:୦୬.୦୩.୨୦୨୬ରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି। ଏହି ୧୦ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ମୋଟ ୩୫ ଜଣ ପୁରୁଷ ଓ ମହିଳା ତାଲିମ ନେଇ ଥିଲେ । ଏହା ଆମ ରାଜ୍ୟ ପାଇଁ ପ୍ରଥମ “ପ୍ରୋଜେକ୍ଟ ଉନ୍ନତି” କାର୍ଯ୍ୟକ୍ରମର ଛତୁଚାଷ ତାଲିମାର୍ଥୀ ଅଟନ୍ତି l ଏହି ଉଦଯାପନୀ ସଭାରେ ଶ୍ରୀମାନ ତ୍ରିନାଥ ନାଗ, ନିର୍ଦ୍ଦେଶକ, ୟୁନିୟନ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ-ଗଜପତି, ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀମାନ ଦୁଷ୍ମନ୍ତ କୁମାର ବେହେରା,ଉପ-ନିର୍ଦ୍ଦେଶକ,ଉଦ୍ୟାନ ବିଭାଗ,ଗଜପତି ଓ ଶ୍ରୀମାନ ମହେଶ୍ୱର ମଣ୍ଡଳ,ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ-ଗଜପତି ଏବଂ ଶ୍ରୀମାନ ତିମନ ବାରା, ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ-ଗଜପତି, ଓଡିଶା ଜୀବିକା ମିଶନ ତଥା ମିଶନ ଶକ୍ତି ଓ ଶ୍ରୀମାନ ଦେବୀ ପ୍ରସାଦ ଅଧିକାରୀ, MGNREGS ସଂଯୋଜକ,ଗଜପତି ଜିଲ୍ଲା ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଲିମାର୍ଥୀ ମାନଙ୍କୁ ଛତୁଚାଷ କରି ସ୍ୱରୋଜଗାର କରିବାକୁ ଉତ୍ସାହିତ କରୁବା ସହ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା l ସମ୍ମାନୀତ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ କରତାଳି ଦେଇ ସ୍ୱାଗତ କରାଯାଇଥିଲା l ଏଥିରେ ପୁରୁଷ ଏବଂ ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାବଲମ୍ବୀ ଭାବେ ରୋଜକାରୀକ୍ଷମ ଛତୁ ଚାଷ ଉଦ୍ୟୋଗୀ ହୋଇପାରିବେ ।

ଏହି ସଭାରେ ଅନୁଷ୍ଠାନର ଛତୁ ଚାଷ ତାଲିମ “ପ୍ରୋଜେକ୍ଟ ଉନ୍ନତି” କାର୍ଯ୍ୟକ୍ରମର ପ୍ରଶିକ୍ଷିକ ଶ୍ରୀମାନ ଲିଙ୍ଗରାଜ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଅନୁଷ୍ଠାନର ପ୍ରାଧ୍ୟାପକ ତଥା ପାଠ୍ୟ ସଂଯୋଜକ ଶ୍ରୀମାନ ପ୍ରଦୀପ କୁମାର ଦାସ ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ ଏବଂ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।