ୟୁକ୍ରେନ ଯୁଦ୍ଧ: ଶାନ୍ତି ସମ୍ଭାବନାରେ ଅଞ୍ଚଳ ଅଦଳବଦଳ ପ୍ରସ୍ତାବ, ୧୫ ଅଗଷ୍ଟରେ ପୁଟିନ-ଟ୍ରମ୍ପ ବୈଠକ

ୟୁକ୍ରେନ ଯୁଦ୍ଧ: ଶାନ୍ତି ସମ୍ଭାବନାରେ ଅଞ୍ଚଳ ଅଦଳବଦଳ ପ୍ରସ୍ତାବ, ୧୫ ଅଗଷ୍ଟରେ ପୁଟିନ-ଟ୍ରମ୍ପ ବୈଠକ

ମୋସ୍କୋ/କିଭ: ରୁଷ ଓ ପୁଟିନ ୟୁକ୍ରେନ ଯୁଦ୍ଧ ବିଷୟରେ କଥା ହେବାକୁ ଯାଉଥିବା ବେଳେ, କିଭ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୟାନ ଆସିଛି। ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି କହିଛନ୍ତି, ଯେକୌଣସି ସଂକଳ୍ପରେ ୟୁକ୍ରେନକୁ ସାମିଲ କରାଯିବା ଆବଶ୍ୟକ। ସେ ଦୀର୍ଘକାଳୀନ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ପାର୍ଟନରଙ୍କ ସହ କାମ କରିବାକୁ ପ୍ରସ୍ତୁତ ବୋଲି ସପଷ୍ଟ କରିଛନ୍ତି।ଏହି ପ୍ରତିକ୍ରିୟା, ପୂର୍ବ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଆସିଥିବା ସଙ୍କେତ ପରେ ଆସିଛି। ଟ୍ରମ୍ପ କହିଥିଲେ, ୟୁଦ୍ଧ ବନ୍ଦ ପାଇଁ ୟୁକ୍ରେନ କିଛି ଅଞ୍ଚଳ ଛାଡ଼ିବାକୁ ରାଜି ହୋଇପାରେ।

ସେ ଏହାକୁ “ଉଭୟ ପକ୍ଷର ଭଲ ପାଇଁ ଅଞ୍ଚଳର ଅଦଳବଦଳ” ବୋଲି ବ୍ୟାଖ୍ୟା କରିଥିଲେ।ଅନୁମାନ ହେଉଛି, ଏହି ପ୍ରସ୍ତାବ ଅନୁସାରେ ପୂର୍ବ ୟୁକ୍ରେନର ଡୋନବାସ ରିଜନ ଓ କ୍ରିମେଆକୁ ରୁଷ ନିଜ ପାଖରେ ରଖିବ, ବଦଳରେ ଖେରସୋନ ଓ ଜାପୋରିଝଝିଆକୁ ୟୁକ୍ରେନକୁ ଫେରାଇବ। ବର୍ତ୍ତମାନ ଏହି ଦୁଇ ଅଞ୍ଚଳ ରୁଷ ନିୟନ୍ତ୍ରଣରେ ରହିଛି।

ଏହି ପ୍ରସ୍ତାବ ଉପରେ ପୁଟିନ ଓ ଟ୍ରମ୍ପ ୧୫ ଅଗଷ୍ଟରେ ବୈଠକ କରିବେ ବୋଲି ସୂଚନା ମିଳିଛି।

Russian President Vladimir Putin (R) and US President Donald Trump are pictured before a meeting in Helsinki, on July 16, 2018. (Photo by Brendan Smialowski / AFP) (Photo credit should read BRENDAN SMIALOWSKI/AFP via Getty Images)