ହ୍ୟୁମାନ୍ ସାଗରଙ୍କ ବିୟୋଗରେ ମୋହନା ଠାରେ ଶୋକସଭା ଓ ଶୋଭାଯାତ୍ରା ।

ହ୍ୟୁମାନ୍ ସାଗରଙ୍କ ବିୟୋଗରେ ମୋହନା ଠାରେ ଶୋକସଭା ଓ ଶୋଭାଯାତ୍ରା ।

ହ୍ୟୁମାନ୍ ସାଗରଙ୍କ ବିୟୋଗରେ ମୋହନା ଠାରେ ଶୋକସଭା ଓ ଶୋଭାଯାତ୍ରା ।

ଗଜପତି(ମନୋଜ ପାଢୀ)- ହ୍ୟୁମାନ୍ ସାଗରଙ୍କ ବିୟୋଗ ସମସ୍ତ ଓଡିଶାବାସୀଙ୍କୁ ମର୍ମାହତ କରିଛି । ଏହି ଅବସରରେ ମୋହନା ଖ୍ରୀଷ୍ଟାଆନ ସାହିଠାରେ ଏକ ମହମବତୀ ତଥା ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ ମୋହନା ତଥା ପାଖପାଖି ଅଞ୍ଚଳର ଶତାଧିକ ଲୋକ ଏକତ୍ରିତ ହୋଇ ଓଡିଶା ପାଇଁ ହ୍ୟୁମାନ୍ ସାଗରଙ୍କ ଅବଦାନ ସମ୍ବନ୍ଧରେ ସ୍କୃତି ଚାରଣ କରିବା ସହ ତାଙ୍କ ବିୟୋଗରେ ଓଡିଶା ସଙ୍ଗାତ ଦୁନିଆର ଅପରଣୀୟ କ୍ଷେତି ହୋଇଅଛି । ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ସାଧୁ ପିତର ଗ୍ରାମ୍ୟ କମିଟି ମୋହନାର ସଭାପତି ଶ୍ରୀ ପ୍ରମୋଦ ନାୟକ, ମାଥ୍ୟୁ ନାୟକ ତଥା ଅନ୍ୟ ଗ୍ରାମ୍ୟ କର୍ମକତ୍ତା ପରିଚାଳନା କରିଥିବା ବେଳେ ମୋହନା ତଥା ନିକଟବତ୍ତୀ ଗ୍ରାମଗୁଡିକରୁ ଲୋକମାନେ ଆସିଥିଲେ । ଏକ ନୀରବ ଆଲୋକ ଶୋଭାଯାତ୍ରା ଆରମ୍ଭ ହୋଇ ଖ୍ରୀଷ୍ଟାଆନ ସାହି ମଣ୍ଡପ ନିକଟରେ ଏକତ୍ରିତ ହୋଇଥିଲେ ।

ମୋହନାର ଫାଦର ମାନ୍ୟବର ମାଲାକ୍ୟାସ୍ ବୀର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହ୍ୟୁମାନ ସାଗରଙ୍କ ସମ୍ବନ୍ଧରେ ବିଶେଷ ବଣ୍ଣନା କରିଥିଲେ । ଏଥିସହ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରାଶାନ୍ତ ବୀର ଡ. ଭାସ୍କର ନାୟକ, ଆଇନିଜିବୀ ବିଳାସ ନାୟକ, ସ୍ବେଛାସେବୀ ସାଗର ବଳିଆରସିଂ ଓ ଅନ୍ୟମାନେ ହ୍ୟୁମାନ ସାଗରଙ୍କ ବିରଳ ପ୍ରତିଭା ଥିବା ସତ୍ତ୍ବେ ସେ କଟାଇଥିବା ସରଳ ଓ ନମ୍ବ୍ର ବ୍ୟକ୍ତିତ୍ବ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସର୍ବ ଶେଷରେ ହ୍ୟୁମାନ ସାଗରଙ୍କ ଆମ୍ଭାର ମୁକ୍ତି ତଥା ତାଙ୍କ ଶୋକ ସଂତପ୍ତ ପରିବାରର ଶାନ୍ତନ ନିମନ୍ତେ ସମସ୍ତ ପ୍ରାର୍ଥନା କରିଥିଲେ ।