ହିନ୍ଦୁଙ୍କ ପାଇଁ ନର୍କ ପାଲଟୁଛି ବାଂଲାଦେଶ: ୩୦ ବର୍ଷୀୟ ଯୁବକ ଅମୃତ ମଣ୍ଡଳଙ୍କୁ ପିଟି ପିଟି ହତ୍ୟା

ହିନ୍ଦୁଙ୍କ ପାଇଁ ନର୍କ ପାଲଟୁଛି ବାଂଲାଦେଶ: ୩୦ ବର୍ଷୀୟ ଯୁବକ ଅମୃତ ମଣ୍ଡଳଙ୍କୁ ପିଟି ପିଟି ହତ୍ୟା

ରାଜବାଡୀ ଜିଲ୍ଲାରେ ଜଘନ୍ୟ ହତ୍ୟାକାଣ୍ଡ, ଗାଁ ଲୋକଙ୍କ ଆକ୍ରମଣରେ ଗଲା ଯୁବକଙ୍କ ଜୀବନ

ଢାକା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ସୁରକ୍ଷା ନେଇ ଗଭୀର ପ୍ରଶ୍ନ ଉଠୁଥିବା ବେଳେ ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ରାଜବାଡୀ ଜିଲ୍ଲା ହୋସେନଡାଙ୍ଗା ଗ୍ରାମରେ ୩୦ ବର୍ଷୀୟ ହିନ୍ଦୁ ଯୁବକ ଅମୃତ ମଣ୍ଡଳ ଓରଫ ସମ୍ରାଟଙ୍କୁ ପିଟି ପିଟି ହତ୍ୟା କରାଯାଇଛି।ପୁଲିସ ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଏହି ଘଟଣା ଘଟିଥିଲା। ଜୋର ଜବରଦସ୍ତି ଟଙ୍କା ଆଦାୟ ଅଭିଯୋଗକୁ ନେଇ ଗାଁ ଲୋକେ ଅମୃତଙ୍କୁ ଧରି ପିଟିଥିଲେ, ଯାହାରେ ତାଙ୍କର ମୃତ୍ୟୁ ହୋଇଥିଲା।ଏହି ମାମଲାରେ ଅମୃତଙ୍କ ସହଯୋଗୀ ମହମ୍ମଦ ସଲିମକୁ ପୁଲିସ ଗିରଫ କରିଛି।

ତାଙ୍କ ନିକଟରୁ ଦୁଇଟି ବନ୍ଧୁକ ଜବତ କରାଯାଇଛି। ପୁଲିସ ଏସଏସପି କହିଛନ୍ତି ଯେ, ଅମୃତଙ୍କ ବିରୋଧରେ ପାଙ୍ଗସା ଥାନାରେ ପୂର୍ବରୁ ଦୁଇଟି ଆପରାଧିକ ମାମଲା ରହିଥିଲା।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅମୃତ ଏକ ଗ୍ୟାଙ୍ଗ ଚଳାଇ ବଟି ଆଦାୟ ସହ ବିଭିନ୍ନ ଅପରାଧରେ ସାମିଲ ଥିଲେ। ସେ ଦୀର୍ଘ ସମୟ ଧରି ଭାରତରେ ଲୁଚି ରହିଥିଲେ ଏବଂ ନିକଟରେ ବାଂଲାଦେଶ ଫେରିଥିଲେ।

ଏହା ପୂର୍ବରୁ ମଧ୍ୟ ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାଗୁଡ଼ିକ ଦେଶ-ବିଦେଶର ଚିନ୍ତା ବଢ଼ାଇଛି।