ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଞ୍ଚଳର ତମଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟିଛି।
ଭୋରବେଳେ ସେ ସ୍ୱାମୀ ଓ ଝିଅଙ୍କ ସହ ନିକଟ ଖୁଣ୍ଟୁଝରି ଗାଁକୁ ଯାଉଥିବା ସମୟରେ ହଠାତ୍ ଏକ ଦନ୍ତା ସାମ୍ନାକୁ ଆସିଥିଲା। ହାତୀ ମହିଳାଙ୍କୁ ଦଳି ଦେଇଥିଲା। ସ୍ୱାମୀ ଓ ଝିଅ ତୁରନ୍ତ ଗଛ ଉପରେ ଚଢ଼ି ଜୀବନ ବାଞ୍ଚାଇଥିଲେ।
ଘଟଣା ପରେ ଗାଁରେ ଭୟ ଓ ଆତଙ୍କର ପରିସ୍ଥିତି ଦେଖାଯାଇଛି। ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।
ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ
