ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଆଦେଶ।

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଆଦେଶ।

ଗଞ୍ଜାମ:ବଡ଼ବଜାର ଥାନା ଅର୍ନ୍ତଗତ ପାଣିଗ୍ରାହୀ ପେଣ୍ଠ ଗଣପତି ନଗର ଅଞ୍ଚଳରେ ଗତ ୨୦୨୧ ମସିହାରେ ଘଟିଥିବା ହତ୍ୟାକାଣ୍ଡରେ ଅଭିଯୁକ୍ତ ପିଣ୍ଟୁ ସାହୁ କୁ ମାନ୍ୟବର ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଶ୍ରୀମତୀ ଇନ୍ଦୁ ଶର୍ମା ଆଜୀବନ କାରାଦଣ୍ଡ ଆଦେଶ ସହ ୧୫ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି ଓ ଜରିମାନା ଅନାଦେୟ ଆଉ ୧୮ ମାସ ଜେଲଦଣ୍ଡ ଶୁଣାଇଛନ୍ତି।ସୁଚନା ଥାଉକି ସାମାନ୍ୟ କଥାକୁ ନେଇ ପୁର୍ବ ଶତୃତା କୁ କେନ୍ଦ୍ର କରି ଉକ୍ତ ସାହିର ପପୁନ୍ ସାହୁ ଓ ପିଣ୍ଟୁ ସାହୁ ର ମନୋମାଳିନ୍ୟ ଥିବା ବେଳେ ଘଟଣା ଦିନ ଉକ୍ତ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ପିଣ୍ଟୁ ଗୋଟିଏ ଧାରୁଆ ଛୁରୀ ରେ ପପୁନ୍ ଶରୀର କୁ ବାରମ୍ବାର ଭୁଷି ଗୁରୁତର ଅବସ୍ଥାରେ ତାକୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା। ମୃତ ପପୁନ୍ର ମାଁ ର ଅଭିଯୋଗ ଅନୁଯାୟୀ ତତ୍କାଳୀନ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୁପତି ଘଟଣା ର ତଦନ୍ତ କରି ଅଭିଯୁକ୍ତ ପିଣ୍ଟୁ କୁ ଗିରଫ କରି କୋର୍ଟ ଚାଲାଣ ସହ ଚାର୍ଜସିଟ୍ ଦାଖଲ କରିଥିଲେ। ବର୍ତ୍ତମାନ ମାନ୍ୟବର ଅଦାଲତ ବିଚାର ବେଳେ ୧୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତ ପିଣ୍ଟୁ କୁ ଉକ୍ତ ଆଦେଶ ଶୁଣାଇଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *