ସ୍ୱର୍ଣ୍ଣ ଧନୁ ରଥଯାତ୍ରା: ଓଡ଼ିଶା ଜୁଡ଼ି ଭକ୍ତିମୟ ସ୍ୱାଗତ

ସ୍ୱର୍ଣ୍ଣ ଧନୁ ରଥଯାତ୍ରା: ଓଡ଼ିଶା ଜୁଡ଼ି ଭକ୍ତିମୟ ସ୍ୱାଗତ

କୋରାପୁଟ: ରାଉରକେଲାରୁ ଅୟୋଧ୍ୟା ଶ୍ରୀରାମ ମନ୍ଦିର ଅଭିମୁଖେ ଆରମ୍ଭ ହୋଇଥିବା ପବିତ୍ର ସ୍ୱର୍ଣ୍ଣ ଧନୁ ରଥଯାତ୍ରା ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଗାଁଗୁଡ଼ିକରେ ଭକ୍ତିମୟ ସ୍ୱାଗତ ପାଉଛି।ଗାଁ ଗାଁ ଘୁରିବା ସମୟରେ ରଥକୁ ଭଜନ, ଧାର୍ମିକ ଗୀତ, ଢୋଲ, ବାଜା ଓ ପାରମ୍ପରିକ କଳା ମାଧ୍ୟମରେ ଭକ୍ତମାନେ ସ୍ୱାଗତ କରୁଛନ୍ତି। ସମଗ୍ର ଯାତ୍ରା ପଥ ଭକ୍ତି, ଆସ୍ଥା ଓ ଉତ୍ସବର ରୂପ ନେଇଛି।ରଥଯାତ୍ରା ନବରଙ୍ଗପୁର, ମାଲକାନଗିରି, ଜୟପୁର, କୋରାପୁଟ, ସୁନାବେଡ଼ା, ସେମିଲିଗୁଡ଼ା ମାର୍ଗରେ ଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ଶ୍ରଦ୍ଧାର ସହିତ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି।ଦାମନଝୋଡିରେ ବିଶେଷ ଆକର୍ଷଣୀୟ ସ୍ୱାଗତ ଆୟୋଜିତ ହୋଇଥିଲା। ଏଠାରେ ଦୀପକ ବାବୁ ଓ ଅମିତ ବାବୁଙ୍କ ନେତୃତ୍ୱରେ ଭକ୍ତମାନେ ରଥକୁ ଭବ୍ୟ ଭାବେ ସ୍ୱାଗତ କରିଥିଲେ। ପରେ ରଥକୁ କାକ୍ରିଗୁମା ଅଭିମୁଖେ ଆଗକୁ ପଠାଯାଇଥିଲା।ସ୍ୱର୍ଣ୍ଣ ଧନୁ ରଥଯାତ୍ରା ଧର୍ମ, ସଂସ୍କୃତି ଓ ଆସ୍ଥାର ମାଧ୍ୟମରେ ଲୋକମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖୁଥିବା ଏକ ଅଦ୍ଭୁତ ଆଧ୍ୟାତ୍ମିକ ଯାତ୍ରା ଭାବେ ପରିଚିତ ହେଉଛି।🕉️ ରିପୋର୍ଟ: ଚନ୍ଦନ ପ୍ରସାଦ