*ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ**ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟିର ବୈଠକ ଅନୁଷ୍ଠିତ*
ଗଜପତି, ୨୮.୧(ମନୋଜ ପାଢ଼ୀ):-ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ ୨୦୨୬ର ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟିର ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବରାକ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ,ସରିତା ମହାପାତ୍ର ,ଏଡ଼ି.ପି.ଏଚ୍.ଓ,ନୟନା ମଲ୍ଲିକ, ଡିଏମଆରସିଏଚ ,ପ୍ରଣତି ସାହୁ, ଏଡିପିଏଚଓ, ଡାକ୍ତର ଆନନ୍ଦ ସାମନ୍ତରାୟ, ଜିଲ୍ଲା ଆଶା ମ୍ୟାନେଜର ନାରାୟଣ ମଲ୍ଲିକ, ଏନଏମଏସ ଶ୍ରୀଧର ଦାସ ଓ ଏମପିଏଚଏସ ଜି. ରାମ କୃଷ୍ଣ ନାଇଡୁ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମୀକ୍ଷା କରିଥିଲେ ।
କୁଷ୍ଠରୋଗ ସଚେତନତା ବୃଦ୍ଧି ନିମନ୍ତେ ଚଳିତ ଜାନୁୟାରୀ ୩୦ ରୁ ଫେବୃୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସାରା ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ ଚାଲିବ । ଜିଲ୍ଲା ଶିକ୍ଷଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସମେତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ସ୍ୱାସ୍ଥ୍ୟ ବିଭାଗକୁ ସହଯୋଗ କରିବାକୁ କହିଥିଲେ ।
ପ୍ରତ୍ୟେକ ଗାଁରେ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ କରାଯିବ । ଆଶା ଓ ଅଙ୍ଗନବାଡି କର୍ମୀ, ଏ.ଏନ୍.ଏମ୍ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଜିଲ୍ଲାର ସମସ୍ତ ବ୍ଲକ୍,ଗ୍ରାମ ପଞ୍ଚାୟତ ଓ ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଏହି କୁଷ୍ଠ ରୋଗ ସଚେତନତା ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ସ୍ପର୍ଶ କୁଷ୍ଠ ସଚେତନତା ପାଇଁ ସମସ୍ତ ଅଧିକାରୀମାନଙ୍କୁ ଏକ ଶପଥ ପାଠ କରାଇଥିଲେ।
