ସ୍ଥାୟୀ କମିଟି-୯ ସଦସ୍ୟଗଣଙ୍କ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଆଜି ଦଶମନ୍ତପୁର ଓ ବୋରିଗୁମ୍ମା ବ୍ଲକ ସ୍ଥିତ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ଜୟପୁର ବ୍ଲକ ଅନ୍ତର୍ଗତ ଉମୁରି ଗ୍ରାମପଞ୍ଚାୟତ ସ୍ଥିତ ଅମୃତ ସରୋବର ପରିଦର୍ଶନ କରିଛନ୍ତି। ଏଥିସହ ପଞ୍ଚାୟତ ସମିତି ,ବୈପାରିଗୁଡ଼ା ଠାରେ ବିଭାଗୀୟ ସମ୍ବନ୍ଧୀୟ ସ୍ଥାୟୀ କମିଟି-୯ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋରାପୁଟ ଜିଲ୍ଲାର ମାନ୍ୟବର ବିଧାୟକଗଣ, ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
CMO Odisha
Information & Public Relations Department, Government of Odisha
