ସ୍ଥାନୀୟ ନିଯୁକ୍ତି ନ ଦେଲେ ଶିଳ୍ପାନୁଷ୍ଠାନକୁ ଏନ୍ଓସି ନାହିଁ : ମୁଖ୍ୟମନ୍ତ୍ରୀ
ରାୟଗଡ଼( info media): ରାୟଗଡ଼ା ସହରର ଜେଏସ କୋ ପଡିଆରେ ସୁଭଦ୍ରା ଶକ୍ତି ମେଳା-୨୦୨୬କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରିଛନ୍ତି । ଜିଲ୍ଲା ପାଇଁ ୬୦୦କୋଟିରୁ ଅଧିକ ଟଙ୍କାର ୧୦୯ଟି ପ୍ରକଳ୍ପର ଭିଭି ପ୍ରସ୍ତର ଓ ଶିଳାନ୍ୟାଶ ମଧ୍ୟ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ରାଜ୍ୟରେ ରାୟଗଡ଼ା ଜିଲ୍ଲା ଉଦାହରଣ ପାଲଟିଛି ବୋଲି କହିଛନ୍ତି। ଜିଲ୍ଲାରେ ୯୩୩୫ ଗୋଟି ଏସଏସଳି ପାଇଁ ୧୪କୋଟି ଟଙ୍କାର ରିଭଲଭିଙ୍ଗ ଫଣ୍ଡ, ୧୬୪ଗୋଟି ଜିପିଏଲଏଫକୁ ୫୩ ୧୪କୋଟି ଟଙ୍କାର ପାଣ୍ଠି, ୪୧୯୫ଟି ଏସଏସଜିକୁ ୩୭.୫୫କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଜିଲ୍ଲାରେ୧୨,୭୮୩ଟି ଏସଏଚଜି ଜରିଆରେ ୧୫୨ଲକ୍ଷରୁ ଅଧିକ ମା’ଓ ଭଉଣୀମାନେ ସଂଗଠିତ ହୋଇ ନିଜ ପାଇଁ ସୁନ୍ଦର ଭବିଷ୍ୟତ ଗଢୁଛନ୍ତି । ଶୁଭାରମ୍ଭ ହୋଇଥିବା ୧୦୯ ପ୍ରକଳ୍ପରେ ସଡକ, ସେତୁ, ସ୍ବାସ୍ଥ୍ୟ ସେବା, ବିଦ୍ୟାଳୟ, ମହିଳା ସଶକ୍ତିକରଣଭଳି ଅନେକ ଭିଭିଭୂମି ଉନ୍ନୟନ ପ୍ରକଳ୍ପ ଥିବା ସେ କହିଛନ୍ତି । ଏଥିସହ ସେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିରର ରୂପାନ୍ତରକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ୩୭ କୋଟି ଟଙ୍କାର ବିନିଯୋଗ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସୁଭଦ୍ରା ଶକ୍ତି ମେଳା ମଞ୍ଚରେ ଉପସ୍ଥିତ ରାୟଗଡ଼ାଜିଲ୍ଲାର ରାୟଗଡା ବିଧାୟକ କାଡ୍ରକା ଆପଲାସ୍ବାମୀ, ବିଷମକଟକ ବିଧାୟକ ନୀଳମାଧବ ହିକକା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ନିଜ ନିଜ ନିର୍ବାଚନୀ ମଣ୍ଡଳିରେସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ଏବଂ ଚାଷୀ ଏବଂ ଜଳସେଚନ ବ୍ୟବସ୍ଥା ଉପରେ ବିଭିନ୍ନ ଦାବି କରିଥିଲେ | ସମସ୍ତ ମୌଳିକ ଅଧିକାର ବ୍ୟବସ୍ଥାର ସୁଦୃଢୀକରଣ ଏବଂ ରାୟଗଡ଼ାରେ ମେଡିକଲ କଲେଜ ସ୍ଥାପନା ପାଇଁ ପ୍ରସ୍ତାବ ସରକାରଙ୍କ ବିଚାରଧୀନରହିଛି, ଯାହା ଦ୍ଵିତୀୟ ପର୍ଯ୍ୟାୟ ଘୋଷଣା ବେଳେ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଥିଲେ | ଖଣି ଖାଦାନ ଭରା ରାୟଗଡ଼ା ମାଟିରେ ଉକ୍ରଳ ଆଲୁମିନା, ଆଦିତ୍ୟ ବିର୍ଲା ଆଲୁମିନା, ଇମ୍ଫା, ଜେକେ ପେପର ମିଲ, ବେଦାନ୍ତ, ହିଣ୍ଡାଲ୍କୋ ଭଳି ଶିଳ୍ପାନୁଷ୍ଠାନ ରହିଛି। ଏଥିସହ ସୁଦୃଢ ରେଳ ଭିତିଭୂମି ଯୋଗୁଁ ରାୟଗଡ଼ା ଅଞ୍ଚଳ ଖୁବ ଶୀଘ୍ର ଏକ ଆଧୁନିକ ଶିଳ୍ପାଞ୍ଚଳରେ ପରିଣତ ହେବ ବୋଲି ସେ କହିଥିଲେ।
ଆଗାମୀ ଦିନରେ ହିଣ୍ଡାଲ୍କୋ ୧୫ ହଜାରକୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ଏହାର ସଂପ୍ରସାରଣ କରିବ ୨୫ ହଜାର କୋଟି ଟଙ୍କା ନିବେଶରେ ବେଦାନ୍ତ ଆଲୁମିନା ରିଫାଇନେରୀ, ୭୬୫୩ କୋଟି ଟଙ୍କା ବିନିଯୋଗରେ ଭକ୍ରଳ ଆଲୁମିନା ଇଣ୍ଟରନ୍ୟାସନାଲ, ଆଦିତ୍ୟ ବିର୍ଲା ପକ୍ଷରୁ ଟିକିରି ଠାରେ ୧୧୪କୋଟି ଟଙ୍କାରେ ଲାଇଫ୍ ଷ୍ଟାଇଲ ବ୍ରାଣ୍ଡର କମ୍ପାନୀ, ଇମ୍ଫା ଥେରୁବାଲି ଠାରେ ୧୪୦କୋଟି ଟଙ୍କାର ପ୍ରକଳ୍ପ, ୪୧, ୬:୫୩କୋଟି ଟଙ୍କାରେ କଳିଙ୍ଗ ଆଲୁମିନା ଲିମିଟେଡ ଆଦାନୀ ଗ୍ରୁପର ପ୍ରକଳ୍ପ, ୮୬୪କୋଟି ଟଙ୍କାରେ ପ୍ରିମିୟମ ଏକ୍ସକ୍ଲୋଜିର ଲିମିଟେଡ୍, ରାୟଗଡା ପ୍ରକଳ୍ପ, କୋଲନରାରେ ରେନ୍ୟୁ ଇଫୁଏଲସ ପ୍ରାଇଭେଟ ଲିମିଟେଡ୍ ଗ୍ରୀନ୍ ହାଇଡ୍ରୋଜେନ ପ୍ରକଳ୍ପ, ୯ହଜାର କୋଟିର ଗ୍ରୀନ ମେଥାନଲ ପ୍ରକଳ୍ପ, ଇମ୍ଫାରେ ୧୪୦କୋଟି ବିନିଯୋଗରେ ଗ୍ରେନ ବେସଡ ଇଥାନଲ କାରଖାନା ଭଳି ଅନେକ ପ୍ରକଳ୍ପ ରାୟଗଡ଼ା ଜିଲ୍ଲାରେ ପ୍ରତିଷ୍ଠା ପାଇବାକୁ ଯାଉଛି।ଫଳରେ ଜିଲ୍ଲାରେ ୧ଲକ୍ଷ କୋଟି ଟଙ୍କାରୁ ଅଧୂକ ଟଙ୍କାର ଖର୍ଚ ହୋଇ ୩୨ହଜାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ଏବଂ ରାୟଗଡ଼ା ଜିଲ୍ଲାର ଅର୍ଥନୀତି ବୃଦ୍ଧି ପାଇ ଓଡିଶାର ଏକ ନମ୍ବର ଜିଲ୍ଲା ଭାବେ ପରିଗଣିତ ହେବ। ଏସବୁ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ ଯୋଗ୍ୟତାଭିଭିକ ୮୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ପ୍ରାଥମିକତା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଜଡ଼ା ନିର୍ଦ୍ଦେଶ ଦେଇଥିଲେ I ସ୍ଥାନୀୟ ଶିକ୍ଷିତ ସୁବକଯୁବତୀ ନିଯୁକ୍ତି ନ ପାଇଲେ ଶିଳ୍ପାନୁଷ୍ଠାନକୁ ଏନ୍ଓସି ପ୍ରଦାନ କରାଯିବ ନାହିଁ ବୋଲି ସେ କହିଛନ୍ତି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡ. କନୱାର ବିଶାଳ ସିଂ, ଏସ୍ପି ସ୍ନାତା ଏସ.କୁମାର, ଅତିରିକ୍ତ ଜିଲ୍ଲା ଏସପି ଅମୂଲ୍ୟ ଧରଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଆଇନଶୃଙ୍ଖଳା ରକ୍ଷା କରିଥିଲେ। ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ନିହାର ରଂଳନ କହଁର, ନବୀନ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ରମେଶ ଜେନା, ଅଭିଷେକ୍ ଦିଲ୍ଲୀପ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ବିଜେପି କମିଟିର ସମସ୍ତ ନେତୃମଣ୍ଡଳି, କାର୍ଯ୍ୟକର୍ତ୍ତାମାନଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ l ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
