ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ଦୁଇ ମୃତ ତିନି ଗୁରୁତର ଆହତ ଡ଼ାକ୍ତରଖାନାରେ ଭର୍ତି।

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ଦୁଇ ମୃତ ତିନି ଗୁରୁତର ଆହତ ଡ଼ାକ୍ତରଖାନାରେ ଭର୍ତି।

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ଫଳରେ ଦୁଇ ମୃତ ତିନି ଗୁରୁତର ଆହତ ଡ଼ାକ୍ତରଖାନାରେ ଭର୍ତି।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢାମ୍ବ ମୁଖ୍ୟ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟି ମୋଟରସାଇକେଲ ଚାଳକ ଓ ଆରୋହୀ କୋଦଳା ଥାନା କୁମୁଟି ସାହିର ଦୁଇ ପଡୋଶୀ ରୁଦ୍ର ନାରାୟଣ ଦାସ ଓ ରଶ୍ମିରଞ୍ଜନ ପାଢ଼ୀ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍କୁଟି ଚାଳକ ବାଣପୁର ଅଞ୍ଚଳର ପବିତ୍ର ବିନ୍ଧାଣି ଓ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ମୃତ ଯୁବକ ଦ୍ବୟ କବିସୂର୍ଯ୍ୟ ନଗର ଠାରୁ କୋଦଳା ଅଭିମୁଖେ ମୋଟରସାଇକେଲ ରେ ଯାଉଥିବା ବେଳେ ସାମ୍ନା ପଟୁ ୩ ଜଣ ଯୁବକ ସ୍କୁଟି ଯୋଗେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା ଓ ସମସ୍ତେ ରାସ୍ତା କଡ଼ରେ ଛିଟିକି ପଡିଥିଲେ।

ସ୍ଥାନୀୟ ଲୋକେ ସମସ୍ତଙ୍କୁ କବିସୂର୍ଯ୍ୟ ନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ଉକ୍ତ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ଓ ଗୁରୁତର ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିବା ସହ ମୃତ ଯୁବକ ମାନଙ୍କ ଶବ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ବୋଲି ପୋଲିସ କହିଛନ୍ତି।