ସେରଙ୍ଗ ପୋଲିସକୁ ମିଳିଛି ଏକ ବଡ଼ ସଫଳତା ।

ସେରଙ୍ଗ ପୋଲିସକୁ ମିଳିଛି ଏକ ବଡ଼ ସଫଳତା ।

ସେରଙ୍ଗ ପୋଲିସକୁ ମିଳିଛି ଏକ ବଡ଼ ସଫଳତା ।

ଗଜପତି,୭.୨.(ମନୋଜ ପାଢ଼ୀ)-: ସେରଙ୍ଗ ପୋଲିସକୁ ମିଳିଛି ଏକ ବଡ଼ ସଫଳତା, ଗତ ଜାନୁଆରୀ ମାସ ୨୫ ତାରିଖରେ ପରିଡା ପଞ୍ଚାୟତ ଅନ୍ତର୍ଗତ ମାରିଗୁଡା ଗ୍ରାମର R ପାର୍ବତୀଙ୍କ ଘରୁ ବିପୁଳ ପରିମାଣର ସୁନା, ରୁପା ଅଳଙ୍କାର ଓ ନଗଦ ଏକ ଲକ୍ଷ ୯୮ ହଜାର ଚୋରି ହୋଇଥିବା ନେଇ ସେରଙ୍ଗ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପରିବାର ସଦସ୍ୟ ଓ ଗ୍ରାମବାସୀ ଙ୍କ ସୁଚନା କୁ ଆଧାର କରି କିଛି ଦୃବୃତ୍ତଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା। ପରେ ସେମାନଙ୍କ ଗତିବିଧିକୁ ଅନୁଧ୍ୟାନ କରିବା ସହ ଥାନାକୁ ଡାକି ପଚରାଉଚରା କରିବା ସମୟରେ ଅଭିଯୁକ୍ତ ମାନେ ଘଟଣା ଭିଆଈଥିବା ସ୍ବୀକାର କରିଥିଲେ। ପରବର୍ତ୍ତୀ ସମୟରେ ଚୋରି ଅଳଙ୍କାର ସବୁ ନିକଟସ୍ଥ ଜଙ୍ଗଲରେ ମାଟି ତଳେ ପୋତି ରଖିଥିବା ସୁଚନା ଦେଇଥିଲେ ଅଭିଯୁକ୍ତ ମାନେ । ପୋଲିସ ଉକ୍ତ ସ୍ଥାନକୁ ଠାବ କରି ଅଭିଯୁକ୍ତଙ୍କ ଉପସ୍ଥିତିରେ ଖୋଳି ବାହାର କରିବା ପରେ ସେମାନଙ୍କୁ ଗିରଫ କରାଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଆରକ୍ଷୀ ଅଧିକ୍ଷକ ଯତିନ୍ଦ୍ର କୁମାର ପଣ୍ଡା। ସୁଚନା ପ୍ରକାରେ ଦୃର୍ବୁତ୍ତ ମାନେ ଘରେ କେହି ନଥିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ଘରର ପଛ ଭାଗର ଝରକା ଭାଙ୍ଗି ଘରେ ପଶି ଚୋରୀ କରିଥିଲେ ।