ସେମିଳିଗୁଡା ମହାବିଦ୍ୟାଳୟରେ ତ୍ରିଦିବସୀୟ ଯୁବ ମହୋତ୍ସବ ଉଦ୍ଘାଟିତ
ଆଜି ସେମିଳିଗୁଡା ମହାବିଦ୍ୟାଳୟର ୟୁଥ ରେଡକ୍ରସ ଶାଖା ତରଫରୁ ମଣ୍ଡଳ ସ୍ତରୀୟ ତ୍ରିଦିବସୀୟ ଯୁବ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି | ଅବିଭକ୍ତ କୋରାପୁଟ ଜିଲ୍ଲାର 45ଟି ମହାବିଦ୍ୟାଳୟର ରେଡକ୍ରସ ସ୍ବେଚ୍ଛାସେବୀଙ୍କୁ ନେଇ ଆୟୋଜିତ ହୋଇଥିବା ଏହି ମହୋତ୍ସବରେ ମାନ୍ୟବର ସାଂସଦ,କୋରାପୁଟ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବୃକ୍ଷରୋପଣ କରି ବଟାନିକାଲ ଗାର୍ଡେନର ଉଦ୍ଘାଟନ କରିଥିଲେ |
ଏହାପରେ ରେଡକ୍ରସ ପତାକା ଉତ୍ତୋଳନ କରିବା ସହିତ ତ୍ରିଦିବସୀୟ ଶିବିରରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କଳା ଓ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି କରିବା ସହିତ ଦେଶ ମାତୃକାର ସେବା କରିବା ପାଇଁ ପରାମର୍ଶ ଦେଇଥିଲେ |
ଏହି ଅବସରରେ ମାନ୍ୟବର ସାଂସଦ ମହୋଦୟ ମହାବିଦ୍ୟାଳୟର ଖେଳ ପଡ଼ିଆର ଉନ୍ନତିକରଣ ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠିରୁ ପନ୍ଦର ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ | ସେହିପରି ସିଏଲପି ଲିଡର ତଥା ମାନ୍ୟବର ବିଧାୟକ ପଟାଙ୍ଗୀ ,ଶ୍ରୀଯୁକ୍ତ ରାମଚନ୍ଦ୍ର କାଡ଼ାମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେବା ସହିତ ମହାବିଦ୍ୟାଳୟର ଉନ୍ନତି ନିମନ୍ତେ ଯଥୋଚିତ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ |
ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ କୃଷ୍ଣ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଭାବୀ ଛାତ୍ରଛାତ୍ରୀ ଯେପରି ଶିକ୍ଷାରୁ ବଞ୍ଚିତ ନହେବେ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ | ସେହିପରି ମହାହବିଦ୍ୟାଳୟର ଅଧ୍ୟକ୍ଷା ଡ. ଝାନ୍ସୀ ସିଂହ ସଭାପତିତ୍ୱ କରିବା ସହିତ ନିଜର ଉଦ୍ଘାଟନୀ ବକ୍ତବ୍ୟରେ ଯୁବ ମହୋତ୍ସବର ପ୍ରାରମ୍ଭ ନିମନ୍ତେ ଘୋଷଣା କରିବା ସହିତ ମହାବିଦ୍ୟାଳୟର ଗୌରବର ଗାଥା ଉପସ୍ଥାପନ କରିଥିଲେ | ଏହି ଅବସରରେ ପୌର ପରିଷଦର ଚ୍ୟାରମେନ ଡ. ରାଜେନ୍ଦ୍ର କୁମାର ପାତ୍ର,ସମାଜସେବୀ ଶ୍ରୀ ସୁମନ୍ତ କୁମାର ପ୍ରଧାନ,ଯୁବ କଂଗ୍ରେସର ଜିଲ୍ଲା ସଭାପତି ଶ୍ରୀ ରୂପକ କୁମାର ତୁରୁକ,ଆବାହକ ଜାତୀୟ ଯୁବ ପ୍ରକଳ୍ପ ଶ୍ରୀ ମଧୁସୂଦନ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିବା ସହିତ ଶିବିରର ସଫଳତା ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ |
ଏହି ଶିବିରରେ ସେମିଳିଗୁଡା ମହାବିଦ୍ୟାଳୟ ତଥା ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ରେଡ଼କ୍ରସ କାଉନ୍ସେଲର ,ଅଧ୍ୟାପକ ଅଧ୍ୟାପିକା ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ରେଡ଼କ୍ରସ କାଉନ୍ସେଲର ଶ୍ରୀ ଶିବାଶିଷ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଡ.ଗୀତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ |
News by ch Kurma Rao semiliguda
