ସେମିଳିଗୁଡା ବ୍ଲକ୍ ବି ଜେ ଡି ସଭାପତି ଭାବେ ରାମ ଅଣ୍ଟା ବିରିଆ ଓ ପୌର ପରିଷଦ ସଭାପତି କାଳିଆ ଚୟନ __________________________________ସେମିଳିଗୁଡା: ବିଜୁ ଜନତା ଦଳ ତାର ସଂଗଠନକୁ ତୃଣମୂଳସ୍ତରରୁ ଅଧିକ ମଜବୁତ କରିବା ପାଇଁ ବ୍ଲକ୍ ସଭାପତି ମାନଙ୍କୁ ନିଯୁକ୍ତି ପ୍ରକ୍ରିୟା ଜାରି ରଖୁଛି।କୋରାପୁଟ ଜିଲ୍ଲା ରେ ବିଭିନ୍ନ ବ୍ଲକ୍ ଓ ପୌର ପରିଷଦ ରେ ବି ଜେ ଡି ସଭାପତି ଚୟନ ପ୍ରକିୟା ଶେଷ ହେବା ବେଳେ ଶୁକ୍ରବାର ରାତି ରେ ଦଳ ର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ନିଯୁକ୍ତି ପାଇ ଥିବା ସଭାପତି ଙ୍କ ନାମ ଗୋଷଣା କରିଥିଲେ।
ସେମିଳିଗୁଡା ବ୍ଲକ୍ ପାଇଁ ରାମ ଅଣ୍ଟା ବିରିଆ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।ରାମ ଅଣ୍ଟା ବିରିଆ ଦଳ ପାଇଁ କାମ କରୁଥିବା ଅନେକ ସମୟରେ ବିଭିନ୍ନ ପଦବୀ ରେ ରହି ଆସୁଥିଲେ।ପୁଣି ଥରେ ସଭାପତି ଦାୟିତ୍ଵ ମିଳିଛି।ସେହି ପରି ସୁନାବେଡ଼ା ପୌର ପରିଷଦ ପାଇଁ ବି ଜେ ଡି ସଭାପତି ଭାବେ ଜ୍ଞାନ ରଞ୍ଜନ ମହାନ୍ତି ( କାଳିଆ) ଚୟନ କରାଯାଇଛି। ଉଭୟ ନବ ସଭାପତି ଙ୍କୁ ଜିଲ୍ଲା ସଭାପତି ଜିନୁ ହିକୋକା,ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ, ପ୍ରିତମ ପାଢ଼ୀ,ପ୍ରଫୁଲ୍ଲ କୁମାର ପାଙ୍ଗି ଓ ଅନ୍ୟ ନେତା ଶୁଭେଛା ଜଣାଇ ଥିଲେ।ସେମିଳିଗୁଡା ବ୍ଲକର ରେ ,ସୁନାବେଡ଼ା ପୌର ପରିଷଦ ରେ ବିଜୁ ଜନତା ଦଳ କୁ ମଜବୁତ କରିବା ଲକ୍ଷ୍ୟ ରେ କାମ କରିବୁ ବୋଲି ଦୁଇ ସଭାପତି କହି ଥିଲେ।ରିପୋର୍ଟ by ch kurma Rao semiliguda
