ସେମିଳିଗୁଡାରେ ଓଡିିଆ ପକ୍ଷ ଓ ଉତ୍କଳ ଦିବସ ପାଳନ।

ସେମିଳିଗୁଡାରେ ଓଡିିଆ ପକ୍ଷ ଓ ଉତ୍କଳ ଦିବସ ପାଳନ।

ସେମିଳିଗୁଡାରେ ଓଡିିଆ ପକ୍ଷ ଓ ଉତ୍କଳ ଦିବସ ପାଳନ।

ସେମିଳିଗୁଡା.ତାରିଖ ୨,୪,୨୦୨୬,ସେମିଳିଗୁଡାର ବୁଦ୍ଧିଜୀବୀମାନେ ପ୍ରେସକ୍ଳବର ଇ ଲାଇବ୍ରେରୀଠାରେ ମିଳିତ ଭାବରେ ଉତ୍କଳ ଦିବସ ଓ ଓଡିଆ ପକ୍ଷ ପାଳନ କରାଯାଇଛି।ସମସ୍ତ ଅତିଥି ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହାପରେ ଓଡିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ମୂଖ୍ଯ ଅତିଥି ବରିଷ୍ଠ ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଉତ୍କଳ ଦିବସର ତାତ୍ପର୍ଯ୍ୟ ଉପସ୍ଥାପନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଡକ୍ଟର ଅଶୋକ ମହାନ୍ତି ଓଡିଶାର ଇତିହାସ ଉପରୋକ୍ତ ଆଲୋକପାତ କରିଥିଲେ। ସମାଜସେବୀ ତଥା ବିଜେପି ନେତ୍ରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଓଡିଆ ପକ୍ଷ ଉପରେ କହିଥିଲେ ଓ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ ହେବାକୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବାସହ ସମସ୍ତେ ଏଥିରେ ସାମିଲ ହୋଇ ଓଡିଆ ଅସ୍ମିତା,ଓଡିଶାର ପରମ୍ପରା,ସଂସ୍କୃତିକୁ ସମ୍ମାନ ଦେବାପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତେ ହସ୍ତତନ୍ତ ବସ୍ତ୍ର ପରିଧାନ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଅନିରୁଦ୍ଧ ଜେନା,ଉମେଶ୍ବର ଲାଲ, ବସନ୍ତ ସାହୁ,ଅଲେଖ ଚନ୍ଦ୍ର ଦାସ, ସଂଜୁ ମହାରଣା,ସେମିଳିଗୁଡା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଝାନସୀ ସିଂ,ରାଜୀବ ନାୟକ, ସୁଧାଂଶୁ ଶେଖର ବିଶୋୟୀ,ସ୍ବସ୍ତିିକ ମିଶ୍ର,ମନୋଜ ସାହାଣୀ,କାଲା,ଜ୍ଞାନେନ୍ଦ୍ର ନାୟକ, ଗଣେଶ୍ଵର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଓଡିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ପ୍ରୟାସ କରିବେ ବୋଲି ଶପଥ ନେଇଥିଲେ।