ସେମିଳିଗୁଡ଼ାରେ ବହୁ ଆଡମ୍ବର ସହିତ ପାଳିତ ହେଲା ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ — ବିଧାୟକ ରଘୁରାମ ମାଛ ଓ ଉପନଗରପାଳ ରିତୁ କଣ୍ଟାଙ୍କ ଉପସ୍ଥିତି

ସେମିଳିଗୁଡ଼ାରେ ବହୁ ଆଡମ୍ବର ସହିତ ପାଳିତ ହେଲା ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ — ବିଧାୟକ ରଘୁରାମ ମାଛ ଓ ଉପନଗରପାଳ ରିତୁ କଣ୍ଟାଙ୍କ ଉପସ୍ଥିତି

ସେମିଳିଗୁଡ଼ା ବରିଷ୍ଠ ନାଗରିକ ସଂଘ ଅନୁକ୍ଲ୍ୟାରେ “ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ” ତା. 08/10/2025 ରେ ଧନରାଗିନୀ ମନ୍ଦିର ନିକଟସ୍ଥ ମଲ୍ଟି ଫଙ୍କସନ ହଲରେ ବହୁ ଆଡମ୍ବର ସହିତ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ମାନନୀୟ ଶ୍ରୀ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଓ ଶ୍ରୀମତୀ ରିତୁ କଣ୍ଟା, ଉପନଗରପାଳ ସୁନାବେଡା ମୁନିସିପାଲିଟି, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ସାଂସ୍କୃତିକ ଅଂଶରେ, କୁମାରୀ କ୍ରିଷ୍ଣାଞ୍ଜଳି ପଟନାୟକ ଓଡ଼ିଶୀ ନୃତ୍ୟ ଓ ଶ୍ରୀକୃଷ୍ଣ ଭଜନ ଉପରେ ଉଚ୍ଚକୋଟିର ପ୍ରଦର୍ଶନ କରି ଦର୍ଶକମାନଙ୍କ ଭୁରି ଭୁରି ପ୍ରଶଂସା ହାସଲ କରିଥିଲେ।ଅନୁଷ୍ଠାନରେ ସି.ଏଚ୍. ପ୍ରଦୀପ ପାତ୍ର, ପ୍ରଶାନ୍ତ ଚନ୍ଦ୍ର ବେହେରା, ଭୁବନେଶ୍ୱର ପଟନାୟକ, ନୀଳମଣି ନାୟକ, ମୋହନ ରାଓ, ଫକୀର ଚରଣ ରାଉତ, ପାଣୁ ଚରଣ ସାହୁ, ସୁଶାନ୍ତ କୁମାର ସାହୁ, ସୁଧା ଚରଣ ପାତ୍ର, ଶ୍ରୀକାନ୍ତ ଦାଶ, ଓ ଆନନ୍ଦ ମୋହଲି ପଟନାୟକ ଆଦି କାର୍ଯ୍ୟ ସଫଳ କରିଥିଲେ।