ସେବା ହଁ ପରମ ତପଃ ,ଲରମ୍ଭା କଲେଜରେ ପାଳିତ ହେଲା ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଅଛି।

ସେବା ହଁ ପରମ ତପଃ ,ଲରମ୍ଭା କଲେଜରେ ପାଳିତ ହେଲା ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଅଛି।

ସେବା ହଁ ପରମ ତପଃ ,ଲରମ୍ଭା କଲେଜରେ ପାଳିତ ହେଲା ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଅଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଅଛି। କଲେଜ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅୟୋଜିତ ସଭାରେ ମୁଖ୍ୟଅତିଥି ଗଣିତ ବିଭାଗର ମୁଖ୍ୟ ଶ୍ରୀ ମୁକେଶ ଧାନୁକା, ଜାତୀୟ ସେବା ଯୋଜନା ଅଧିକାରୀ ଡ.ଅଜିତ କୁମାର ନାଥ, ସଂଘମିତା ମହାକୁର, ଗଣେଶ ସିଂ ଯୋଗଦେଇ ମାନବ ସେବା ମାଧବ ସେବା ଓ ଜୀବନ ଜୀବିକା ଭିତରେ ସେବାର ଅବଦାନକୁ ଆଲୋଚନା କରିଥିଲେ। ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ଜାତୀୟ ସେବା ଯୋଜନା କରିଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ବାର୍ଷିକ ବିବରଣୀରେ ପଠନ କରାଯିବା ସହ ମାଏ ଭାରତ ପୋର୍ଟାଲ ରେ ନାମ ପଞ୍ଜିକରଣ ପାଇଁ ଅବଗତ କରାଯାଇଥିଲା । ଏଥିସହ ମା’ପାଇଁ ଗଛଟିଏ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଠାକୁର ଭୁଏ ଓ ଗଣେଶ ମୁନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ଗଣେଶ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ସୁନୀଳ କୁମାର ପ୍ରଧାନ, ଡ.ଶାନ୍ତିଲତା ବାରିକ, ଡ.ସୁବଳ ରଂଜନ ସାହୁ, ଶ୍ରୀପୂର୍ଣ୍ଣଚନ୍ଦ୍ର ମିରିଗି , ଶ୍ରୀ ସେବାନନ୍ଦ ଭାଇନା ସତ୍ୟବ୍ରତ କର୍ଣ୍ଣ , ଲିଂଗରାଜ ପୋଢ ସହ ସ୍ବେଚ୍ଛାସେବୀ ଓମ ପ୍ରକାଶ ଗଡତିଆ, ସ୍ପନ୍ଦନ ଜେସ୍ବାଲ, ଦିଗାମ୍ବରୀ ନାଗ, ମନିଷା ବିଶ୍ବାଳ, କୁସୁମଲତା କର ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ସମସ୍ତ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ।