ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଜାତୀୟ ସ୍ତରୀୟ ଅଧ୍ୟାପକ ପ୍ରଶିକ୍ଷଣ କାର୍ୟକ୍ରମ ଅନୁଷ୍ଠିତ ।

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଜାତୀୟ ସ୍ତରୀୟ ଅଧ୍ୟାପକ ପ୍ରଶିକ୍ଷଣ କାର୍ୟକ୍ରମ ଅନୁଷ୍ଠିତ ।

ଗଜପତି(ମନୋଜ ପାଢୀ) : ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଓ ଜାତୀୟ ପ୍ରଯୁକ୍ତି ମହାବିଦ୍ୟାଳୟ (ଏନ୍‌.ଆଇ.ଟି) ପଟନା ଙ୍କ ମିଳିତ ଆୟୋଜନରେ “Next Generation wireless communication and Energy Harvesting Technologies” ବିଷୟରେ ଜାତୀୟ ସ୍ତରୀୟ ଅଧ୍ୟାପକ ପ୍ରଶିକ୍ଷଣ କାର୍ୟକ୍ରମ (ଏଫ୍‌.ଡି.ପି) ଅଗଷ୍ଟ ୧୮ ରେ ଉଦ୍ଘାଟନ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମ ଦୁଇ ସପ୍ତାହବ୍ୟାପୀ ଅନୁଷ୍ଠିତ ହୋଇ ୨୯ ରେ ଉଦଯାପନ ହେବାର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ଉଦ୍‌ଘାଟନୀ ଅବସରରେ ପ୍ରଫେସର ପି.କେ. ଜେନ୍‌, ନିର୍ଦ୍ଦେଶକ, ଏନ୍‌.ଆଇ.ଟି ପଟନା ଏବଂ ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ଉପକୁଳପତି, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ ବିଭାଗର ଡିନ ଉପସ୍ଥିତ ଥିଲେ। ଆଇ.ଆଇ.ଟି, ଏନ୍‌.ଆଇ.ଟି, ଆଇ.ଆଇ.ଏସ୍‌.ସି, ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିଳ୍ପଜଗତର ବିଶେଷଜ୍ଞମାନେ ୫ଜି/୬ଜି ପ୍ରଣାଳୀ, ଆଇଓଟି, ଆର୍‌.ଏଫ୍‌ ଏନର୍ଜି ହାର୍ଭେଷ୍ଟିଂ ଏବଂ ସ୍ମାର୍ଟ୍‌ ଯୋଗାଯୋଗ ପ୍ରଣାଳୀ ସମ୍ପର୍କିତ ବିଷୟରେ ବ୍ୟାପକ ଆଲୋଚନା କରିଥିଲେ। ଏହା ସହ MATLAB, Simulink, HFSS, CST ପରି ସାଧନ ବ୍ୟବହାର କରି ପ୍ରାୟୋଗିକ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଆଲୋଚନାରେ ଜାତୀୟ ଓ ରାଜ୍ୟ ସ୍ତରରେ ସୁପ୍ରସିଦ୍ଧ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଗବେଷକମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ୟକ୍ରମ ନିଶ୍ଚିତ ଭାବରେ ଜ୍ଞାନ ବିତରଣ ଓ ଆଲୋଚନା କ୍ଷେତ୍ରରେ ଏକ ଉଚ୍ଚ ମାନଦଣ୍ଡ ସୃଷ୍ଟି କରିଛି ବୋଲି ମତାମତ ପ୍ରକାଶ ପାଇଛି। ଆୟୋଜକମାନେ କହିଛନ୍ତି ଯେ ଆଗାମୀଦିନରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଏପରି ଆହୁରି ଅନେକ କାର୍ୟକ୍ରମ ଆୟୋଜନ କରିବାକୁ ପ୍ରତିବଦ୍ଧ ।