ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲରେ ୧୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷିତ ।
ରାୟଗଡ଼ା : ରାୟଗଡ଼ା ସହର ଉପଖଣ୍ଡ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ପରସରରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ପକ୍ଷରୁ ଚାରି ଦିନ ଧରି ୧୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ଜିଲ୍ଲା କ୍ରୀଡା ଅଧିକାରୀ ନବାବ ଶେଖ ଅଲ୍ଲିନୂର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ପ୍ରଦାନ କରିବା ସହ କ୍ରୀଡ଼ା ପ୍ରତଯୋଗିତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେହିପରି ସେଞ୍ଚୁରିଆନ ଶିକ୍ଷାନୁଷ୍ଠାନର ଫାର୍ମାସୀ ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରଶେଖର ପାତ୍ର, ନର୍ସିଂ ଅଧ୍ୟକ୍ଷ କେ.ଉର୍ମିଲା, ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ରା, ଉପାଧ୍ୟକ୍ଷ ଧୀରାଜ ମହାନ୍ତି, ପ୍ରଶାସନିକ ଅଧିକାରୀ ସୁଷ୍ମିତା ମହାନ୍ତି, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହଭଳି ଉକ୍ତ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବରେ ସିଆରପିଏଫ କମାଣ୍ଡେଣ୍ଟ ପ୍ରଭାକର ଉପାଧ୍ୟାୟ ଓ ସମ୍ମାନିତ ଅତିଥି ଭାବେ ଶେଷଖାଳ ଥାନା ଭାରପ୍ରାପ୍ତ ଅଧିକାରୀ ମୁନି ଆଚାର୍ଯ୍ୟ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ପ୍ରଦାନ କରିଥିଲେ। ସେହିପରି ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ରା, ଉପାଧ୍ୟକ୍ଷ ଧୀରାଜ ମହାନ୍ତି, ପ୍ରଶାସନିକ ଅଧିକାରୀ ସୁଷ୍ମିତା ମହାନ୍ତି, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହଭଳି ଉକ୍ତ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୁଖ୍ୟ ଅତିଥି ଭାବରେ ଶକ୍ତି ବାହିନୀ ମହିଳା ସଂଘଟନର ସଭାପତି ଶୁଭ୍ରା ପଣ୍ଡା, ସମ୍ମାନିତ ଅତିଥି ଭାବେ ଶକ୍ତି ବାହିନୀ ମହିଳା ସଂଘଟନର ସମ୍ପାଦକ ମୀନା କୁମାରୀ ରଥ ଓ ସମସ୍ତ ସଦସ୍ୟ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ପ୍ରଦାନ କରିଥିଲେ। ସେହିପରି ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ ନିର୍ଦ୍ଧେଶକ ଡ଼ଃ ରାଜେଶ କୁମାର ପାଢ଼ୀ, ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ରା, ଉପାଧ୍ୟକ୍ଷ ଧୀରାଜ ମହାନ୍ତି, ପ୍ରଶାସନିକ ଅଧିକାରୀ ସୁଷ୍ମିତା ମହାନ୍ତି, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହଭଳି ଉକ୍ତ କାର୍ଯ୍ୟକ୍ରମର ଚତୁର୍ଥ ତଥା ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ଲାଅନ୍ସ କ୍ଲବର ସଭାପତି ରଜନୀ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ପ୍ରଦାନ କରିଥିଲେ। ସେହିପରି ସେଞ୍ଚୁରିଆନ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ରା, ଉପାଧ୍ୟକ୍ଷ ଧୀରାଜ ମହାନ୍ତି, ପ୍ରଶାସନିକ ଅଧିକାରୀ ସୁଷ୍ମିତା ମହାନ୍ତି, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହଭଳି କାର୍ଯ୍ୟକ୍ରମରେ ଯଗଦେଇଥିବା ସମସ୍ତ ଅତିଥିଙ୍କୁ ଉପଢକନ ସହ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ର ଶେଷ ପ୍ରଯ୍ୟାରେ କ୍ରୀଡ଼ା ପ୍ରତଯୋଗିତାରେ କୃତିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ