ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଓ ଅଷ୍ଟ୍ରେଲୀୟ ସଂସ୍ଥାର ବଡ଼ ପଦକ୍ଷେପଖାଦ୍ୟ ନଷ୍ଟ ରୋକିବା ସହ ବଜାର ଖର୍ଚ କମାଇବ ‘ସେଭଫୁଲ୍’
ରାୟଗଡ (info media): ଶିକ୍ଷା ଏବଂ ସର୍କୁଲାର୍ ଇକୋନୋମି କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ, ଅଷ୍ଟ୍ରେଲୀୟ ଫୁଡ୍-ଟେକ୍ ପ୍ଲାଟଫର୍ମ ‘ସେଭଫୁଲ • ସହିତ ଏକ ଗୁରୁତ୍ବପୂର୍ଣ ସହଭାଗିତା ଘୋଷଣା କରିଛି। ଏହି ସହଭାଗିତା ମାଧ୍ୟମରେ “ସେଭଫୁଲ’ ଭାରତୀୟ ବଜାରରେ ପ୍ରବେଶ କରିଥିବା ବେଳେ ସେଞ୍ଚୁରିଅନ୍ ବିଶ୍ଵବିଦ୍ୟାଳୟ ଏହି ଅଭିଯାନର ଜାତୀୟ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଖାଦ୍ୟ ଅପଚୟ ରୋକିବାକୁ ହୋଇଥିବା ଏହି ନୂତନ ପ୍ରୟାସ କରାଯାଇଛି। ଭାରତୀୟ ଖାଦ୍ୟ ଶୈଳୀ ଓ ଦୈନନ୍ଦିନ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଏହି ଆପ୍କୁ ବିକଶିତ କରାଯାଇଛି। ଅଷ୍ଟ୍ରେଲିଆରେ ଏହି ଆପ୍ ମାଧ୍ୟମରେ ୪୧,୦୦୦ରୁ ଅଧିକ ବ୍ୟବହାରକାରୀ ପ୍ରାୟ ୬୩ ପ୍ରତିଶତ ଖାଦ୍ୟ ନଷ୍ଟ ହେବାରୁ ରକ୍ଷା କରିପାରିଛନ୍ତି । ବର୍ତ୍ତମାନ ଏହା ସେଞ୍ଚୁରିଅନ୍ ବିଶ୍ଵବିଦ୍ୟାଳୟର “ଜିରୋ ୱେଷ୍ଟ କ୍ୟାମ୍ପସ” ଅଭିଯାନର ଏକ ଅଂଶ ହେବ।ଯାହା ଛାତ୍ରଛାତ୍ରୀ ଓ ସ୍ଥାନୀୟ ସମୁଦାୟକୁ ରୋଷେଇ ଘରର ବଳକା ସାମଗ୍ରୀକୁ ସଠିକ୍ ଭାବେ ବ୍ୟବହାର କରିବାରେ ସାହାଯ୍ୟକରିବ। ଏହି ଅବସରରେ ସେଞ୍ଚୁରିଅନ୍ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ କହିଛନ୍ତି, “ସାମାଜିକ ଦାୟିତ୍ବବୋଧ ଏବଂ ସ୍ଥାୟୀ ନବସୃଜନକ୍ଷେତ୍ରରେ ଆମେ ସର୍ବଦା ଆଗରେ ରହିଛୁ। “ସେଭଫୁଲ’ ସହ ଏହି ସହଭାଗିତା ଆମ ସମୁଦାୟକୁ ଏକ ଡିଜିଟାଲ୍ ସାଧନଯୋଗାଇଦେବ । ଯାହା ଦ୍ବାରା ଭଲ କାମ କରିବା ଆମ ଜୀବନଶୈଳୀର ଏକ ଅଂଶ ହୋଇପାରିବ। ସେଭଫୁଲର ସିଇଓ କିମ୍ ମ୍ୟାକଡୋନାଲୁ କହିଛନ୍ତି, “ସେଞ୍ଚୁରିଅନ୍ବିଶ୍ଵବିଦ୍ୟାଳୟର ସାମାଜିକ ପରିବର୍ତ୍ତନ ଧାରାକୁ ଦେଖ୍ ଆମେ ସେମାନଙ୍କୁ ଭାରତରେ ଆମର ପ୍ରଥମ ସହଯୋଗୀ ଭାବେ ଚୟନ କରିଛୁ । ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ସଞ୍ଜୀବ କୁମାର ଦାସ, ସନ୍ଦୀପ କୁମାର ଏବଂ ସେମାନଙ୍କ ଟିମ୍ ଏହି ‘ସେଭଫୁଲ’ ଆପ୍ର ବିକାଶ କରିଛନ୍ତି । ବିଶ୍ଵବିଦ୍ୟାଳୟର ସମସ୍ତ କ୍ୟାମ୍ପସରେ ଏହି ଆପ୍ ଲାଗୁ କରାଯିବ ଏବଂ ଏହା ପରିବାରଗୁଡ଼ିକୁ ଘରେ ଥିବା ସାମଗ୍ରୀର ସଠିକ୍ ବ୍ୟବହାର ଶିଖାଇ ବଜାର ଖର୍ଚ୍ଚ କମାଇବାରେ ସାହାଯ୍ୟ କରିବ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ଅନିତା ପାତ୍ର, ପ୍ରୋ-ଭାଇସ୍ ଚାନ୍ସେଲର ଡ. ଅଜୟ କୁମାର ନାୟକ, ପ୍ରଫେସର ବିଶ୍ଵଜିତ ମିଶ୍ର, ଅଷ୍ଟ୍ରେଲିଆର ନସିଂ ପ୍ରଫେସନାଲ ମାର୍କ ହେଲଡ୍, ଥେଙ୍କଫୁଲ ଫାଉଣ୍ଡେସନର ସହପ୍ରତିଷ୍ଠାତା ମାଇକ୍ ଚ୍ୟୁଟର ଏବଂ ଡିନ୍ ଡ. ସଂଗ୍ରାମ କେଶରୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
