ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ଅଭିଯାନ ।

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ଅଭିଯାନ ।

ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ଅଭିଯାନ ।

ଗଜପତି,୨୨.୧(ମନୋଜ ପାଢ଼ୀ) ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପ୍ରଯୁକ୍ତିବିଦ୍ୟା ଏବଂ ପରିଚାଳନା ବିଭାଗ ତଥା ଜାତୀୟ ସେବା ଯୋଜନା ୟୁନିଟ ୨୧ ପକ୍ଷରୁ ଖରମାଣ୍ଡର ବାରଲାଣ୍ଡା ଗ୍ରାମରେ ନିଶାମୁକ୍ତ ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଶାର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନ କରାଇବା ସହ ଯୁବପିଢୀଙ୍କୁ ଏକ ନିଶାମୁକ୍ତ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ପ୍ରେରଣା ଦେବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ରାଜେଶ୍ରୀ ଜେନାଙ୍କ ଦ୍ଵାରା ସଂଯୋଜିତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ମେଡିକାଲ ଅଫିସର ପ୍ରଦୀପ କୁମାର ପ୍ରଧାନ ଓ ଇନ୍ନଷ୍ଟକର ସୁଶ୍ରୀ ପ୍ରିୟା ବେହେତା ଯୋଗ ଦେଇ ନିଶା ସେବନର କୁପ୍ରଭାବ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ରାଲି ଆୟୋଜିତ ହୋଇଥିଲା।