ସୁସ୍ଥ ଜୀବନଶୈଳୀ ପାଇଁ ପଖାଳ ଗୁରୁତ୍ବପୂର୍ଣ’ ।
ଗଜପତି,୨୧.୩(ମନୋଜ ପାଢ଼ୀ)-: ବିଶ୍ବ ପଖାଳ ଦିବସ ଅବସରରେ ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରେ ଆୟୋଜିତ ‘ପଖାଳ ପରବ’ କାର୍ଯ୍ୟକ୍ରମରେ ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ | ପଖାଳ କେବଳ ଏକ ସାଧାରଣ ଖାଦ୍ୟ ନୁହେଁ, ଏହା ଆମ ଓଡ଼ିଆ ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆମ ସଂସ୍କୃତିର ସ୍ପନ୍ଦନ | ସେହିପରି ପରି ଖାଦ୍ଯ ଅପଚୟ ରୋକିବା ଓ ସୁସ୍ଥ ଜୀବନଶୈଳୀ ଆପଣାଇବାରେ ପଖାଳର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ବିଧାୟକ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନ ନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ଯକ୍ଷ ଜି ତିରୁପତି ରାଓ, ପାରଳାଖେମୁଣ୍ଡି ପୌରାଧ୍ଯକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ଅବକାରୀ ଅଧୀକ୍ଷକ ପି.କେ. ସାହୁ, ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା ଓ କାଶୀନଗର ବ୍ଲକ ଅଧ୍ୟକ୍ଷା ବଲ୍ଲା ସାଇଆମ୍ମାଙ୍କ ସମେତ ବିଭିନ୍ନ ବିଭାଗୀୟ ଧିକାରୀ ଯୋଗ ଦେଇଥିଲେ।
