ଚେନ୍ନାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପୁରୁଷ ଟି୨୦ ବିଶ୍ବକପ୍-୨୦୨୬ର ସୁପର-୮ ରାଉଣ୍ଡରେ ଆଜି ଜିମ୍ବାୱେକୁ ଭାରତ ୭୨ ରନ୍ରେ ପରାସ୍ତ କରିଛି। ୨୫୭ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଜିମ୍ବାୱେ ୬ ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରିଛି। ଜିମ୍ବାୱେ ପାଇଁ ବ୍ରାଏନ୍ ବେନ୍ନେଟ ସଂଘର୍ଷ କରିଥିଲେ। ପ୍ରାରମ୍ଭିକ ବ୍ୟାଟର ଶେଷ ପର୍ଯ୍ୟନ୍ତ ଖେଳିଥିଲେ। ସେ ୫୯ଟି ବଲ୍ ସାମ୍ନା କରିଥିଲେ। ୮ଟି ଚୌକା ଓ ୬ଟି ଛକା ବଳରେ ସେ ୯୭ ରନ୍ ସଂଗ୍ରହ କରିଥିଲେ।
ସୁପର-୮ରେ ଭାରତର ଦମଦାର ବିଜୟ
