ସୁନାବେଡ଼ା ସିଡିପିଓ ନଳିନୀ ବେହେରା ପୁରସ୍କୃତ

ସୁନାବେଡ଼ା ସିଡିପିଓ ନଳିନୀ ବେହେରା ପୁରସ୍କୃତ

ସୁନାବେଡ଼ା ସିଡିପିଓ ନଳିନୀ ବେହେରା ପୁରସ୍କୃତ

ସୁନାବେଡ଼ା:କୋରାପୁଟ ଜିଲ୍ଲାର ଜୟପୁର ଦଶହରା ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁନାବେଡ଼ା ଆଇସିଡିଏସ୍‌ର ସିଡିପିଓ ନଳିନୀ ବେହେରାଙ୍କୁ ଜିଲ୍ଲାର ଉତ୍ତମ ସିଡିପିଓ ପୁରସ୍କାର ପ୍ରଦାନ କରାଯାଇଛି।ପୋଷଣ ଟ୍ରାକର୍ ପରିଚାଳନା, ଶିଶୁ ଓ ଗର୍ଭବତୀ ମାତୃମାନଙ୍କର ଓଜନ ନିରୀକ୍ଷଣ, ସିବିଇ ରିପୋର୍ଟ ପ୍ରସ୍ତୁତି, ରେଜିଷ୍ଟାର ସଂରକ୍ଷଣ ଓ ବିଭିନ୍ନ ବିଭାଗ ସହ ସମନ୍ୱୟ ରଖି ସେବାଗୁଡ଼ିକୁ ହିତାଧିକାରୀଙ୍କ ନିକଟକୁ ସଫଳତାର ସହ ପହଞ୍ଚାଇବାରେ ତାଙ୍କ ଦକ୍ଷତାକୁ ଦେଖି ଏହି ସମ୍ମାନ ପ୍ରଦାନ କରାଯାଇଛି।ଏହି ଅବସରରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନଳିନୀ ବେହେରାଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ସମ୍ମାନିତ କରିଥିଲେ।ଏଥିସହ ଜିଲ୍ଲାସ୍ତରୀୟ ଖୋଖୋ, କବାଡି ଓ ରଙ୍ଗୋଲି ପ୍ରତିଯୋଗିତାରେ ଅଙ୍ଗନୱାଡି କର୍ମୀମାନେ ଅଂଶଗ୍ରହଣ କରି ଜିଲ୍ଲାରେ ଚାମ୍ପିୟନ ହୋଇଥିବା ସୂଚନା ମିଳିଛି।