ସୁନାବେଡ଼ାରେ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍ ୭,୦୦୦ ଉପଭୋକ୍ତାଙ୍କୁ ମିଳିବ ଗୁଣାତ୍ମକ ବିଜୁଳି

ସୁନାବେଡ଼ାରେ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍ ୭,୦୦୦ ଉପଭୋକ୍ତାଙ୍କୁ ମିଳିବ ଗୁଣାତ୍ମକ ବିଜୁଳି

ସୁନାବେଡ଼ାରେ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍ ୭,୦୦୦ ଉପଭୋକ୍ତାଙ୍କୁ ମିଳିବ ଗୁଣାତ୍ମକ ବିଜୁଳି

କୋରାପୁଟ, ଫେବ୍ରୁଆରୀ- କୋରାପୁଟ ଜିଲ୍ଲା ସୁନାବେଡ଼ା ଓ ଆଖପାଖ ଅଞ୍ଚଳରେ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଟିପିଏସ୍ଓଡିଏଲ୍ ପକ୍ଷରୁ ଭିତ୍ତିଭୂମି ବିକାଶ କରାଯାଇଛି । ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି ଓ ବିଜୁଳି ଲାଇନର ଉନ୍ନତୀକରଣ କରାଯାଇ ସମଗ୍ର ଅଞ୍ଚଳରେ ଭୋଲଟେଜ ସ୍ଥିରତା ଆଣିବା ସହ ଭରସାଯୋଗ୍ୟ ବିଜୁଳି ଯୋଗାଣ ଦିଗରେ କାର୍ଯ୍ୟ କରାଯାଇଛି । ଟିପିଏସ୍ଓଡିଏଲ୍ ସୁନାବେଡ଼ା ପ୍ରାଇମେରୀ ସବଷ୍ଟେସନରେ ଏକ ନୂତନ ୮ ଏମଭିଏ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ କରାଯାଇଛି । ଯାହା ଫଳରେ ସବଷ୍ଟେସନର ସାମଗ୍ରିକ କ୍ଷମତା ୧୬.୧୫ ଏମଭିଏକୁ ବୃଦ୍ଧି ପାଇଛି । ସୁନାବେଡ଼ା ଅଞ୍ଚଳରେ ତ୍ୱରିତ ବେଗରେ ବଢୁଥିବା ବିଜୁଳି ଚାହିଦାକୁ ମେଣ୍ଟାଇବା ଦିଗରେ ଏହି ନୂତନ ଭିତ୍ତିଭୂମି ସହାୟକ ହେଉଛି । ସବଷ୍ଟେସନର କ୍ଷମତା ବଢିବା ପରେ ଭୋଲଟେଜ ସମସ୍ୟା ଦୂର ହୋଇଛି । ବିଜୁଳି ଯୋଗାଣରେ ସ୍ଥିରତା ଆସିଛି ଓ ବିଜୁଳି ପରିଚାଳନା ଅଧିକ ବ୍ୟବସ୍ଥିତ ହୋଇପାରିଛି ।

ଭିତ୍ତିଭୂମି ମରାମତି ସମୟରେ ଉପଭୋକ୍ତାମାନେ ଅନାବଶ୍ୟକ ବିଜୁଳି ବ୍ୟାହତର ସାମ୍ନା କରୁନାହାଁନ୍ତି । ଅତିରିକ୍ତ ଫିଡର ଓ ଅତିରିକ୍ତ ଟ୍ରାନ୍ସଫର୍ମର ଯୋଗେ ଅଞ୍ଚଳକୁ ବିଜୁଳି ଯୋଗାଣ ଜାରି ରହୁଛି । ସୁନାବେଡ଼ା ଓ ଏହାର ଆଖପାଖ ଅଞ୍ଚଳର ପାଖାପାଖି ୭ ହଜାର ଉପଭୋକ୍ତାଙ୍କୁ ଏହି ଗୁଣାତ୍ମକ ସେବା ମିଳିପାରିଛି । ଏଥି ମଧ୍ୟରେ – ସୁନାବେଡ଼ା ଏନଏସି ଟାଉନ, ସୁନାବେଡ଼ା ଏନଏସି ଗ୍ରାମୀଣ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଜାଡ଼ଗୁଡ଼ା ଓ ସେମିଳିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଅନେକ ଅଞ୍ଚଳ ସାମିଲ ରହିଛି । ସୁନାବେଡ଼ା କୋରାପୁଟ ଜିଲ୍ଲାର ଏକ ପ୍ରମୁଖ ଶିଳ୍ପକେନ୍ଦ୍ର ।

ଏଠାରେ ଭାରତ ସରକାରଙ୍କର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍(ଏଚ୍.ଏ.ଏଲ୍)ର ଇଞ୍ଜିନ ଡିଭିଜନ ରହିଛି । ଯାହାଫଳରେ ଏହି ଅଞ୍ଚଳର ଦ୍ରୁତ ସହରୀକରଣ ହେଉଛି । ସେହିଭଳି ସୁନାବେଡ଼ା ଏହାର ପ୍ରାକୃତିକ ପରିବେଶ, ଆଦିବାସୀ ସଂସ୍କୃତି, ଓ ପର୍ଯ୍ୟଟନ ସମ୍ଭାବନା ପାଇଁ ଜଣାଶୁଣା । ତେଣୁ ଏଠାରେ ବିଜୁଳି ଚାହିଦା କ୍ରମାଗତ ଭାବେ ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ବିକାଶ କରାଯାଇଛି । କମ୍ପାନୀ ନିଜର ପ୍ରାଇମେରୀ ସବଷ୍ଟେସନର କ୍ଷମତା ବୃଦ୍ଧି ବ୍ୟତୀତ ସୁନାବେଡ଼ା ଗ୍ରୀଡ୍ ସବଷ୍ଟେସନରୁ ପ୍ରାଇମେରୀ ସବଷ୍ଟେସନକୁ ସଂଯୋଗ କରୁଥିବା 33 କେଭି ଲାଇନର ନବୀକରଣ କାର୍ଯ୍ୟ ମଧ୍ୟ କରିଛି । ଉଚ୍ଚମାନର କଣ୍ଡକ୍ଟରକୁ ବ୍ୟବହାର କରି ଉନ୍ନତ ବିଜୁଳି ଯୋଗାଣ ସୁନିଶ୍ଚିତ କରାଯାଇଛି । ବୈଦ୍ୟୁତିକ ଭାରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାଇମେରୀ ସବଷ୍ଟେସନରେ ବସ୍ ବାର୍ ବ୍ୟବସ୍ଥା ସ୍ଥାପନ କରାଯାଇ ଆଭ୍ୟନ୍ତରୀଣ ପରିଚାଳନାକୁ ମଜଭୁତ କରାଯାଇଛି ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ ଦ୍ରୁତ ବିକାଶଶୀଳ ସହରାଞ୍ଚଳଗୁଡ଼ିକର ବିଜୁଳି ଚାହିଦାକୁ ମେଣ୍ଟାଇବା କ୍ଷେତ୍ରରେ କମ୍ପାନୀ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି । ଭିତ୍ତିଭୂମି ନବୀକରଣ କାର୍ଯ୍ୟ କ୍ରମାଗତ ଭାବେ ଜାରି ରହିଛି । ସୁନାବେଡ଼ା ଭଳି ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି କେନ୍ଦ୍ରରେ ଶିଳ୍ପ ଓ ବାଣିଜ୍ୟର ଅନେକ ସମ୍ଭାବନା ରହିଛି । ଏହି ପ୍ରକ୍ରିୟାରେ ଗୁଣାତ୍ମକ ବିଜୁଳି ଯୋଗାଣର ଆବଶ୍ୟକତାକୁ ଅନୁଭବ କରି ଆମେ ଭିତ୍ତିଭୂମି ବିକାଶ କରୁଛୁ । ଯାହାଫଳରେ ଉପଭୋକ୍ତାମାନେ ଉନ୍ନତ ଜୀବନଶୈଳୀ ଓ ଭରସାଯୋଗ୍ୟ ବିଜୁଳି ସେବା ପାଇପାରୁଛନ୍ତି । ”