security forces have busted a Naxal gun and bomb manufacturing factory in Sukma district of Chhattisgarh.ସୁକମା ନକ୍ସଲ ବନ୍ଧୁକ ବୋମା କାରଖାନା ଧ୍ବଂସ ଘଟଣା ନକ୍ସଲ ସଂଗଠନ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି।ସୁକମାରେ ନକ୍ସଲଙ୍କ ବନ୍ଧୁକ–ବୋମା କାରଖାନା ଧ୍ବଂସ, ବିପୁଳ ଅସ୍ତ୍ର ଜବତ
ମାଲକାନଗିରି/ସୁକମା:ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲଙ୍କ ଦ୍ୱାରା ଚଳାଯାଉଥିବା ଏକ ଗୁପ୍ତ ବନ୍ଧୁକ ଓ ବୋମା ତିଆରି କାରଖାନାକୁ ସୁରକ୍ଷା ବଳ ଧ୍ବଂସ କରିଛନ୍ତି। ଏହାକୁ ନକ୍ସଲ ସଂଗଠନ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି।
ବିଶେଷ ସୂତ୍ରରୁ ମିଳିଥିବା ଖବର ଆଧାରରେ ସୁକମା ଜିଲ୍ଲା ପୁଲିସ ଏବଂ ସିଆରପିଏଫ୍ର ଯୁକ୍ତ ଦଳ ଜିଲ୍ଲାର ମୀନାଗଟ୍ଟା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତଲାସି ସମୟରେ ଜଙ୍ଗଲ ଭିତରେ ନକ୍ସଲଙ୍କ ଦ୍ୱାରା ଗଢ଼ାଯାଇଥିବା ବନ୍ଧୁକ ଓ ବୋମା ତିଆରି କାରଖାନାକୁ ଠାବ କରାଯାଇଥିଲା। ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରି ସୁରକ୍ଷା ବଳ କାରଖାନାକୁ ଧ୍ବଂସ କରିଦେଇଥିଲେ।
ବିପୁଳ ପରିମାଣର ଅସ୍ତ୍ର ଓ ବିସ୍ଫୋଟକ ଜବତ
ଏହି କାରଖାନାରୁ ସୁରକ୍ଷା ବଳ ୮ଟି ସିଙ୍ଗଲ ସଟ୍ ବନ୍ଧୁକ, ୧୨ ବୋର ବନ୍ଧୁକର ୧୫ଟି ଜୀବନ୍ତ ଗୁଳି, ୫ଟି ଇଲେକ୍ଟ୍ରିକ୍ ଡିଟୋନେଟର, କୋଡେକ୍ସ ତାର, ପ୍ରାୟ ୨ କିଲୋଗ୍ରାମ ବିସ୍ଫୋଟକ, ବନ୍ଧୁକ ତିଆରି ସମଗ୍ରୀ ଓ ଏମୋନିୟମ୍ ନାଇଟ୍ରେଟ୍ ଜବତ କରିଛନ୍ତି।
ସୂଚନା ଅନୁସାରେ, ଏହି ସ୍ଥାନରେ ନକ୍ସଲମାନେ ବନ୍ଧୁକ ଓ ବୋମା ପ୍ରସ୍ତୁତ କରି ସେଗୁଡ଼ିକୁ ଅନ୍ୟ ନକ୍ସଲ ସଦସ୍ୟଙ୍କ ନିକଟକୁ ପଠାଉଥିଲେ ଏବଂ ସୁରକ୍ଷାକର୍ମୀଙ୍କ ବିରୋଧରେ ବ୍ୟବହାର କରୁଥିଲେ।

