ସୀତାପାହାଡ ତଳ କାଜୁ ଜଙ୍ଗଲରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର ।

ସୀତାପାହାଡ ତଳ କାଜୁ ଜଙ୍ଗଲରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର ।

ସୀତାପାହାଡ ତଳ କାଜୁ ଜଙ୍ଗଲରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର ।

ଗଜପତି,୨୧.୩(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସୀତାପାହାଡ ତଟ ତଥା କୁଜଣି ନିକଟସ୍ଥ କାଜୁ ବାଡରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଗୁରାଣ୍ଡି ଥାନା ଅନ୍ତର୍ଗତ ଘୋରଣୀ ଗ୍ରାମର କୃଷ୍ଣଚନ୍ଦ୍ର ବେହେରା (୮୧) ବୋଲି ଜଣାପଡିଛି । ସେ ଦୀର୍ଘ ଦୁଇ ମାସ ହେଲା ନିଜ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି ପରେ କୃଷ୍ଣଙ୍କୁ ନପାଇ ଗୁରାଣ୍ଡି ଥାନାରେ ଗତ ୧୭.୨.୨୦୨୬ରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ତେବେ ଆଜି ସକାଳୁ ସକାଳୁ ଉକ୍ତ କାଜୁ ଜଙ୍ଗଲକୁ କୁଜଣି ଗ୍ରାମର କିଛି ଲୋକେ ଯାଇଥିବା ବେଳେ ଗଳିତ ମୃତ ଶରୀର ଦେଖିଥିଲେ । ମୃତ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିବା ବେଳେ ଶରୀରର ଅନେକାଂଶ କଙ୍କାଳ ପାଲଟିଯାଇଥିଲା । ତାଙ୍କ ମୁଣ୍ଡ ତଥା ମୁହଁ ଭାଗ ସାମାନ୍ୟ ଠିକ୍ ରହିଥିବା ଏବଂ ସେ ପିନ୍ଧିଥିବା ପୋଷାକ ଓ ଯୋତା ଆଦି ପଡିଥିଲା । ସେପଟେ କୃଷ୍ଣଚନ୍ଦ୍ର ନିଖୋଜ ରହିଥିବାର ଖବର ଜାଣିଥିଲେ କୁଜଣି ଗ୍ରାମବାସୀ । ଯାହାକୁ ସନ୍ଦେହ କରି ମୃତ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ମୃତ କୃଷ୍ଣଚନ୍ଦ୍ରଙ୍କ ପୁଅ ବାସୁଦେବ ବେହେରା ଏବଂ ଘରୋଣି ଗ୍ରାମବାସୀ ପହଞ୍ଚି ଗଳିତ ମୃତ ଦେହକୁ ଦେଖି ଚିହ୍ନଟ କରିଥିଲେ । ତେବେ ଘଟଣା ଘଟିଥିବା ସ୍ଥଳଟି ଗୁରାଣ୍ଡି ନା ଗାରାବନ୍ଧ ଥାନା ଅଧିନରେ ହୋଇଛି ତାକୁ ନେଇ ଦୀର୍ଘ ସମୟ ଧରି ଉଭୟ ଥାନା ପୋଲିସ ମଧ୍ୟରେ ଦ୍ବନ୍ଦ ରହିଥିଲା । ତେବେ ମୃତ ଶରୀର ଠାବ ହୋଇଥିବା ସ୍ଥାନ ଗୁରାଣ୍ଡି ଥାନା ଅଞ୍ଚଳର ହୋଇଥିବା ସତ୍ତ୍ୱେ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିସିକାଙ୍କ ନେତୃତ୍ବରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଅନ୍ୟପକ୍ଷରେ ମୃତକୃଷ୍ଣଚନ୍ଦ୍ର ବେହେରା ମାନସିକ ବିକାରଗ୍ରସ୍ତ ହୋଇଥିବାରୁ କେତେବେଳେ କେଉଁଠି ରହୁଥିଲେ ତ ସମୟେ ସମୟେ ନିଜ ଘରକୁ ଯାଇ କିଛି ଦିନ ରହଣି କରି ପୁଣି କେଉଁ ଆଡକୁ ଚାଲିଯାଉଥିଲେ । ତେବେ ଗତ ଦୁଇ ମାସ ହେଲା ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଗୁରାଣ୍ଡି ଥାନାରେ ନିଖୋଜ ମାମଲା ରଜୁ କରିଥିଲେ ବୋଲି ପୁଅ ବାସୁଦେବ ବେହେରା କହିଛନ୍ତି ।