ସିୟୁଟିଏମ୍‌ରେ ପ୍ରାଯୁକ୍ତିକ ଉତ୍ସବ ଇ-ପ୍ଲେୟା

ସିୟୁଟିଏମ୍‌ରେ ପ୍ରାଯୁକ୍ତିକ ଉତ୍ସବ ଇ-ପ୍ଲେୟା

ସିୟୁଟିଏମ୍‌ରେ ପ୍ରାଯୁକ୍ତିକ ଉତ୍ସବ ଇ-ପ୍ଲେୟା

ଗଜପତି, ୨୭.୩(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ସେଞ୍ଚୁରିୟନ୍ ବିଶ୍ବବିଦ୍ୟାଳୟ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟର ଇଲେକ୍ଟ୍ରୋନିକ୍ସ କମ୍ୟୁନିକେଶନ୍ ଇଞ୍ଜିନିୟରିଂ(ଇସିଇ) ଇଲେକ୍ଟ୍ରି କାଲ୍ ଏଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ (ଇଇଇ) ବିଚ୍ ବିଭାଗ ଦ୍ବାରା ପ୍ରାଯୁକ୍ତିକ ଉତ୍ସବ ଇ-ଫ୍ଲେୟାର୍ ଉତ୍ସବ ଉଦଘାଟିତ ହୋଇଛି। ଉଦଘାଟନୀ ଅବସରରେ ମୁଖ୍ୟଅତିଥି ଭାବେ ଫୁଲ୍-ଟାଇମ୍ କନସଲଟାଣ୍ଟ ଓଡ଼ିଶା କମ୍ପ୍ୟୁଟର୍ ଆପ୍ଲିକେଶନ୍ ସେଣ୍ଟର୍‌ର ପ୍ରଫେସର୍ ଏ. କେ. ପାଣ୍ଡା ଏବଂ ଅର୍ନଷ୍ଟ ଆଣ୍ଡ ଯଙ୍ଗର ପରାମର୍ଶଦାତା ସି.କେ. ଭି. ପ୍ରଦୀପ । ସିୟୁଟିଏମ୍‌ର ଡିନ୍ ପ୍ରଶାସନିକ ଡ. ଦୁର୍ଗା ପ୍ରସାଦ ପାଢ଼ୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଏବଂ ନିଷ୍ଠା ଓ ଶିକ୍ଷାଗତ କୃତତ୍ବର ଗୁରୁତ୍ବ ଉପରେ ଜୋର ଦେଇଥିଲେ । ଷ୍ଟୁଡେଣ୍ଟ୍ ଆଫେୟର୍ସର ଡିନ୍ ଡ. ରତେଶ କୁମାର ଯୋଗଦେଇ ଆଜିର ଦ୍ରୁତ ପରିବର୍ତ୍ତନଶୀଳ ପ୍ରାଯୁକ୍ତିକ ଯୁଗରେ ଅନୁଶାସନାନ୍ତର ଅଭିଯାନ ଓ ସ‌ହଯୋଗମୂଳକ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସ୍କୁଲ ଅଫ୍ ଇଞ୍ଜିନିୟରିଂର ଆଣ୍ଡ୍ ଟେକ୍ନୋଲୋଜି ଡିନ୍ ଡ଼. ପ୍ରଫୁଲ୍ଲ କୁମାର ପାଣ୍ଡା ତାଙ୍କର ଅଭିଭାଷଣରେ ଗବେଷଣା ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ଶିକ୍ଷାର ସୀମା ଛାଡ଼ି ବାସ୍ତବ ସମସ୍ୟାର ସମାଧାନ ଦେବାକୁ ଆହ୍ବାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଡ଼. ପ୍ରଭାତ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ ଇ ଫ୍ଲେୟାର୍ ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ସବିସ୍ତାର ତଥ୍ୟ ଦେଇଥିଲେ । ଇଫ୍ଲେୟାର୍ ଅନ୍ତର୍ଗତ ୨୩ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ଏବଂ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଶେଷରେ ଏନ୍ ଜୀବରତ୍ନମ୍ ଧନ୍ୟବାଦ ଜ୍ଞାପନ କରିଥିଲେ ।