ସିୟୁଟିଏମରେ ରକ୍ତଦାନ ଶିବିର ଅନୁଷ୍ଠିତ ।

ସିୟୁଟିଏମରେ ରକ୍ତଦାନ ଶିବିର ଅନୁଷ୍ଠିତ ।

ସିୟୁଟିଏମରେ ରକ୍ତଦାନ ଶିବିର ଅନୁଷ୍ଠିତ ।

ଗଜପତି, 7/1(ମନୋଜ ପାଢ଼ୀ): ପାରଳାଖେମୁଣ୍ଡିରେ ଥିବା ସେଣ୍ଟୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଏବଂ ମ୍ୟାନେଜମେଣ୍ଟରେ ଏନଏସଏସ ଓ ଯୁବ ରେଡ୍ କ୍ରସର ସଂଯୁକ୍ତ ପ୍ରୟାସରେ ଏକ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହି ଶିବିରଟି ଡ଼. ଅନୀତା ପାତ୍ର, ରେଜିଷ୍ଟ୍ରାର,ପ୍ରୋଫେସର ଦୁର୍ଗା ପାଢ଼ୀ, ଡାଇରେକ୍ଟର (ଆଡମିନ୍); ଡ଼. ପ୍ରଜ୍ଞା ପାଣି, ଆସୋସିଏଟ୍ ଡିନ୍, ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ; ଡ଼. ଏସ. ଏନ. ସାନ୍ଧ୍ୟା, ଉପ-ପ୍ରଧାନାଚାର୍ଯ୍ୟା, ସ୍କୁଲ୍ ଅଫ୍ ନର୍ସିଂ; ରିତେଶ କୁମାର, ଡିନ୍, ଷ୍ଟୁଡେଣ୍ଟ ଅଫେୟର୍ସ; ଡ଼. ସୁଶାନ୍ତ କୁମାର ପଟ୍ଟନାୟକ, ରେଡ୍ କ୍ରସ ଅଫିସର; ଏବଂ ଡ଼. ନିହାଲ, ସମନ୍ୱୟକର୍ତ୍ତାଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା।ଏହି ରକ୍ତଦାନ ଶିବିରରେ ମୋଟ ୫୦ ଇଉନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ଡ଼. ସୁଶାନ୍ତ କୁମାର ପଟ୍ଟନାୟକ, ସି୍ୟୁଟିଏମର ସିନିଅର କାଉନସେଲର, ୨୫ତମ ଥର ପାଇଁ ରକ୍ତଦାନ କରି ବିଶ୍ୱବିଦ୍ୟାଳୟରେ ଏକ ଗର୍ବଜନକ ଓ ରେକର୍ଡ ସୃଷ୍ଟି କରିଥିଲେ।

ଏହି ଶିବିରକୁ ସିୟୁଟିଏମର କର୍ମଚାରୀବୃନ୍ଦ, ଛାତ୍ର-ଛାତ୍ରୀ ସ୍ୱେଚ୍ଛାସେବକମାନେ ଓ ଓଡ଼ିଶା ବ୍ଲଡ୍ ବ୍ୟାଙ୍କ, ଶ୍ରୀ ଖଗେଶ୍ୱର ବେହେରାଙ୍କ ସହଯୋଗରେ ସଫଳତାର ସହିତ ସମ୍ପନ୍ନ କରାଯାଇଥିଲା।