ସିଜିମାଳି ଖଣିଖନନ ବିରୋଧ ମାମଲା: କଣ୍ଟାମାଳରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଦଳ,

ସିଜିମାଳି ଖଣିଖନନ ବିରୋଧ ମାମଲା: କଣ୍ଟାମାଳରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଦଳ,

ସିଜିମାଳି ଖଣିଖନନ ବିରୋଧ ମାମଲା: କଣ୍ଟାମାଳରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଦଳ,

ରାୟଗଡ଼: ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତଙ୍କ ମଧ୍ଯରେ ଏବେ ବି ଛକାପଞ୍ଝା ଜାରି ରହିଛି । ପ୍ରସ୍ଥାବିତ ଖଣି ଖନନକୁ ଲୋକେ ତୀବ୍ର ବିରୋଧ କରିଛନ୍ତି । ପୋଲିସ ଓ ଜନତାଙ୍କ ମଧ୍ଯରେ ରକ୍ତାକ୍ତ ସଂଘର୍ଷ ପରେ ଆଜି (ଗୁରୁବାର) ବିଜେଡିର ଏକ ଫାକ୍ଟ ଫାଇଣ୍ଡିଂ ଦଳ କାଶୀପୁର ବ୍ଲକର କଣ୍ଟାମାଳ ଗ୍ରାମରେ ପହଞ୍ଚିଛନ୍ତି ।ପୋଲିସ ଆକ୍ରମଣକୁ ନିନ୍ଦାକରିଛନ୍ତି lବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଓ ପୂର୍ବତନ ସାଂସଦ ଝିନ ହିକ୍‌କାଙ୍କ ନେତୃତ୍ୱରେ 10 ଜଣିଆ ଦଳ ରେ ରାୟଗଡ ବିଜେଡିକାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର, ରଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ, ଜ଼ିଲ୍ଲା ବିଜେଡି ଉପସଭାପତି ଆଇ ଧବଳେଶ୍ୱର ନାଇଡ଼ୁ, ପୂର୍ବତନ ଏସ ଡି ସି ସି ଅଧକ୍ଷା ଅନୁସୟା ମାଝୀ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ଗୁଣୁପୁର ର ପୂର୍ବତନ ବିଧାୟକ ରଘୁନାଥ ଗୋମାଙ୍ଗ, ବିଜେଡି ରାଜ୍ୟ ଜନତା ଦଳର ବିଷ୍ଣୁ ପଣ୍ଡା, ରାୟଗଡ ଛାତ୍ର ବିଜେଡି ସଭାପତି ଉଦୟ ହିମିରିକା ଓ କାଶୀପୁର ର ବରିଷ୍ଠ ବିଜେଡି ନେତା ତଥା ବିଜେଡି ସମ୍ପାଦକ ଜଗଦୀଶ ପାତ୍ର ସାମିଲ ହୋଇ କଣ୍ଟାମାଳ ଗ୍ରାମକୁ ଯାଇଥିଲେ । ସେଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି । ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ଦଳରେ ସାମିଲ ହୋଇ ଲୋକଙ୍କ ଉପରେ ପୋଲିସର ଆକ୍ରମଣକୁ ନିନ୍ଦା କରିଛନ୍ତି ।ଫାକ୍ଟ ଫାଇଣ୍ଡିଂ ଦଳ ପ୍ରଭାବିତଙ୍କ ସହ ଆଲୋଚନା କରିଥିଲେ । ସେମାନେ କମ୍ପାନୀର ଖଣିଖନନ ଓ ରାସ୍ତା ନିର୍ମାଣକୁ ବିରୋଧ କରିଛନ୍ତି । ଲୋକଙ୍କ ମତାମତ ନେବା ସହ ସରକାର ପୁନର୍ବାର ଏହି ଅଞ୍ଚଳରେ ଗ୍ରାମସଭା କରିବା ପାଇଁ ଆହ୍ବାନ ଦେଇଛନ୍ତି । ଏହି ଟିମ୍ ଆଜି ପ୍ରଥମେ କଣ୍ଟାମାଳ ଓ ସାଗବାରୀ ଅଞ୍ଚଳ ଗସ୍ତ କରିବା ସହ ଏକ ସବିଶେଷ ରିପୋର୍ଟ ବିଜେଡି ସୁପ୍ରିମୋଙ୍କୁ ଦେବେ ବୋଲି କହିଛନ୍ତି ।ବିଧାୟକ ରଣେନ୍ଦ୍ରପ୍ରତାପ ସ୍ବାଇଁ କହିଛନ୍ତି, “ପୋଲିସର ମାର୍ଚ୍ଚପାଷ୍ଟ, ଡ୍ରୋନ ଓ BNS 163 ଧାରା ଜାରି ଆଦି ଗଣତାନ୍ତ୍ରିକ ପ୍ରକ୍ରିୟା ନୁହେଁ । ଏଥିରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନର ପଦାଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତି ଉଭୟ ଆଦିବାସୀ ଅଟନ୍ତି । ସେମାନେ ଆସି ଏଠାରେ ଲୋକଙ୍କ ମୁହଁରୁ ଶୁଣନ୍ତୁ ।”ରାୟଗଡା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା କହିଛନ୍ତି, “ଏଠାରେ ସାଧାରଣ ଜନତା କେହି ବିକାଶକୁ ବିରୋଧ କରୁନାହାଁନ୍ତି । ବିକାଶ ନାମରେ ଦମନ ଲୀଳା ଆଦୌ ଗ୍ରହଣୀୟ ନୁହେଁ । ମିଥ୍ୟା ଆରୋପ ଲଗାଇ ସ୍ଥାନୀୟ ବାସିନ୍ଦାଙ୍କୁ ଜେଲରେ ଭର୍ତ୍ତି କରୁଛନ୍ତି । ଏଠାରୁ ମାଟି ନେଇ ବାହାରେ ବ୍ୟବସାୟ କରାଯାଉଛି ହେଲେ ଏଠାରେ ଲୋକଙ୍କର ବିକାଶ ହେଉନାହିଁ ।”ବରିଷ୍ଠ ବିଜେଡି ନେତା, ରବିନାରାୟଣ ନନ୍ଦ କହିଛନ୍ତି, “ପ୍ରଶାସନ ବିକାଶ ନାମରେ ବିନାଶ ଚଳାଇଛି ।

ଏହା ବିରୋଧରେ ସମସ୍ତେ ଏକତ୍ରିତ ହୋଇ ଏହାର ବିରୋଧ କରିଛନ୍ତି । ଏଠାକାର ଡଙ୍ଗଲ ଜମି ଆଦିବାସୀଙ୍କର । ସମ୍ବିଧାନର 5ମ ଅନୁଚ୍ଛେଦ ଅନୁଯାୟୀ ଜଙ୍ଗଲ ଜମିର ସୁରକ୍ଷା ପାଇଁ ଆଦିବାସୀଙ୍କ ନିକଟରେ କ୍ଷମତା ରହିଛି । ଏହାକୁ ପୁନର୍ବିଚାର କରାଯାଉ ବୋଲି ଦାବି କରିଛନ୍ତି ।”ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ