ସାରିଂଗି ବାଦ୍ୟଯନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ କୁଦୋପାଲି ଗ୍ରାମରେ ପଶ୍ଚିମ ଓଡ଼ିଶାର ଲୁପ୍ତ ଲୋକ କଳା “ସାରଙ୍ଗି” ଉପରେ ଆଧାରିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମାନବ ଅଧିକାର ସେବା ସମିତି (ମାସ୍) ସମ୍ବଲପୁର ଦ୍ୱାରା ପ୍ରଯୋଜିତ “ସାରଙ୍ଗି” ସଚେତନତା ଓ ପରିବେଷଣ କାର୍ଯ୍ୟକ୍ରମ ରେ ଆକାଶବାଣୀ ସମ୍ବଲପୁର କଣ୍ଠଶିଳ୍ପୀ ପର୍ଶୁରାମ ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଆଲୋଚକ ଭାବେ ପଲ୍ଲୀ ଶ୍ରୀ ମହାବିଦ୍ୟାଳୟ ଚିଚିଣ୍ଡା ର ଅଧ୍ୟକ୍ଷ ପ୍ରଫେସର ରାମଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଓଡ଼ିଆ ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ, ଉଦୀୟମାନ ଯୁବ ପ୍ରତିଭା ଟିଲୁ ପାଢ଼ୀ ତଥା ସଭାର ମୁଖ୍ୟ ଆକର୍ଷଣ ସାରଙ୍ଗି ବାଦକ ଶ୍ରୀ ଜଗନ୍ନାଥ ପ୍ରଧାନ ମଂଚାସୀନ ଥିଲେ। ଏହି ସଭାରେ ସମସ୍ତ ଅତିଥି ମାନଙ୍କ ଲୁପ୍ତ ହୋଇ ଯାଉଥିବା “ସାରଙ୍ଗି”ର ପୁନରୁଦ୍ଧାର,ଏହାର ରକ୍ଷଣାବେକ୍ଷଣ ତଥା ଆଗାମୀ ପିଢ଼ି ଏହାକୁ ଯେମିତି ଭୁଲି ନ ଯିବେ, ସେଥିପାଇଁ ଗ୍ରାମାଞ୍ଚଳରେ ନାଗରିକ, ଯୁବକ ତଥା ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ। ବର୍ତ୍ତମାନ ଗ୍ରାମ୍ୟ ପରିବେଶରୁ ଏହା ଲୁପ୍ତ ପ୍ରାୟ ହୋଇ ଯାଉଥିବା ବେଳେ ଆଗାମୀ ପିଢ଼ି କେବଳ ଲୋକ ମଂଚ ଉପରେ ଏହାକୁ ନ ଦେଖୁ ଏବଂ ଏହା ପ୍ରତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଉଚିତ ବୋଲି ଅତିଥି ଗଣ ମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ କୁ କବି ସୁଶାନ୍ତ କୁମାର ଭୂସାଗର ସଂଯୋଜନା କରିଥିବା ବେଳେ ସମଗ୍ର କାର୍ଯ୍ୟକ୍ରମକୁ ଅଧ୍ୟାପକ ଡଃ ନାରାୟଣ ଭୋଇ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ କୁଦୋପାଲି ତଥା ଆଖପାଖ ଅଞ୍ଚଳର ଶତାଧିକ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ହୃଦୟଙ୍ଗମ କରିଥିଲେ। ଶେଷରେ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
