ସାମ୍ବାଦିକ ଙ୍କ ପିତୃ ଲଷ୍ମୀ ନାରାୟଣ ସୁବୁଦ୍ଧିଙ୍କ ବିୟୋଗ…

ସାମ୍ବାଦିକ ଙ୍କ ପିତୃ ଲଷ୍ମୀ ନାରାୟଣ ସୁବୁଦ୍ଧିଙ୍କ ବିୟୋଗ...

ସାମ୍ବାଦିକ ଙ୍କ ପିତୃ ଲଷ୍ମୀ ନାରାୟଣ ସୁବୁଦ୍ଧିଙ୍କ ବିୟୋଗ…

କନ୍ଧମାଳ -୧/୦୨(ରିପୋର୍ଟ କୁନା ଦିଗାଲ)ବରିଷ୍ଠ ଆଇନଜୀବି ତଥା ସାମ୍ବାଦିକ ବୀରେନ୍ଦ୍ର ସୁବୁଦ୍ଧି ଙ୍କ ପିତା ତଥା ଫୁଲବାଣୀର ଜଣାଶୁଣା ବ୍ୟବସାୟୀ ଓ ଲଷ୍ମୀ ଲଜର ମାଲିକ କେ ଲଷ୍ମୀ ନାରାୟଣ ସୁବୁଦ୍ଧିଙ୍କ କାଲିବିଳମ୍ବିତ ରାତି ରେ ଦେହାନ୍ତ ହୋଇଯାଇଛି l ସେ ଜଣେ ଧର୍ମ ପରାୟଣ ଓ ସ୍ନେହୀ, ପରୋପକାରୀ ମଣିଷ ଥିଲେ lମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୯୦ବର୍ଷ ହୋଇଥିଲା l ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ l ତାଙ୍କର ଦୁଇ ପୁଅ ବ୍ୟବସାୟୀ ଥିବାବେଳେ ସାନପୁଅ ବୀରେନ୍ଦ୍ର କୁମାର ସୁବୁଦ୍ଧି ଜଣେ ପ୍ରତିଷ୍ଠିତ ଓକିଲ ଓ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥାଇ ସ୍ୱୟଂ ସେବକ ରୂପେ କାର୍ଯ୍ୟରତ l କେ ଲକ୍ଷ୍ମୀ ନାରାୟଣ ସୁବୁଦ୍ଧି ଙ୍କ ମୃତ୍ୟୁ ରେ ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, କାର୍ଯ୍ୟ କlରି ସଭାପତି ପ୍ରଶାନ୍ତ ବେହେରା, ସାଧାରଣ ସମ୍ପାଦକ ତ୍ରିନାଥ ସାହୂ, ଉପ ସଭାପତି ସୁଜିତ୍ ବେହେରା ଓ ପ୍ରଶାନ୍ତ ପଣ୍ଡା, ସହ ସମ୍ପାଦକ ରମେଶ ପ୍ରଧାନ ଓ ଅନ୍ୟମାନେ ଗଭୀର ଶୋକ ପ୍ରକାଶ କରିବା ସହଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମା ର ସଦ ଗତି କାମନା କରିଛନ୍ତି l