ସାମାନ୍ୟ ବଚସାରୁ ଆକ୍ରମଣ: ୨ ଗିରଫ,

ସାମାନ୍ୟ ବଚସାରୁ ଆକ୍ରମଣ: ୨ ଗିରଫ,

ସାମାନ୍ୟ ବଚସାରୁ ଆକ୍ରମଣ: ୨ ଗିରଫ,
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୁଆପଲ୍ଲୀ ଗ୍ରାମରେ ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଯୁବକର ଅଭିଯୋଗ ଗ୍ରହଣ କରି ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୧ ରିଖରେ ସରନୁଆପଲ୍ଲୀ ଗ୍ରାମର ରାଜା ନାୟକଙ୍କ ସହ ସାମାନ୍ୟ ବିଷୟକୁ ନେଇ ସେହି ଗ୍ରାମର ଦୁଇ ଯୁବକଙ୍କ ଯୁକ୍ତିତର୍କ ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା ଏବଂ ଅଭିଯୁକ୍ତମାନେ ରାଜାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।ରାଜା ନାୟକର ଲିଖିତ ଅଭିଯୋଗ ଅଭିଯୋଗ ପାଇବା ପରେ ବେଲଗୁଣ୍ଠା ପୋଲିସ ମାମଲା ନଂ- ୯୨/୨୬ ରୁଜୁ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨), ୧୧୫(୨), ୧୦୯(୧), ୩୫୧(୨) ଏବଂ ୩(୫) ଅଧୀନରେ ମାମଲା ରୁଜୁ କରି ସରନୁଆପଲ୍ଲୀର ମାନସ ରଞ୍ଜନ ଗୌଡ଼ ଲିପୁ ଓରଫ ଦୀପକ ଗୌଡ଼କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି।