ସାନ ଭାଇ ର ଛୁରା ମାଡ଼ ରେ ବଡ଼ ଭାଇ ମୃତ।

BREAKING ସାନ ଭାଇ ର ଛୁରା ମାଡ଼ ରେ ବଡ଼ ଭାଇ ମୃତ।ଗଜପତି(ମନୋଜ ପାଢୀ) ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ରେବିଡି ଗାଁ ରେ। ବଡ଼ ଭାଇ ଅଜ୍ୟମ ଦଳବେହେରା ଓ ସାନ ଭାଇ ସୁଦିପ ଦଳ ବେହେରା ଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବଡ଼ ଭାଇ ବାଥ୍ ରୁମ୍ ଯାଇଥିବା ବେଳେ ସାନ ଭାଇ ଏକ ଛୁରା ମାଧ୍ୟମରେ ବଡ଼ ଭାଇ ଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲା। ତେବେ କେଉଁ କାରଣ ରୁ ବଚସା ଏବଂ ହତ୍ୟା ହୋଇଥିଲା ତାହାର କାରଣ ଅସ୍ପଷ୍ଟ ରହିଛି।ଘଟଣା ସ୍ଥଳରେ ଆର ଉଦୟଗିରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସାନ ଭାଇ ଫେରାର ହୋଈ ଯାଇଛି। ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଆର ଉଦୟଗିରି ଥାନା ପୁଲିସ ପାରଳାଖେମୁଣ୍ଡି ପଠେଇଲା।