ସାଧାରଣ ତନ୍ତ୍ର ଦିବସ ଅବସର ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି ।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା:-୨୬-୦୧-୨୦୨୬ରିଖ (ସୋମ ବାର)୭୭ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ସାହୁ ଟିକ୍ରା, ତୋରା,ବରଗଡ଼ ଠାରେ ନିଷ୍ଠା ପରିବାର ଓ ସାହୁ ଟିକ୍ରା ଗ୍ରାମବାସୀ ଙ୍କ ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିବା ସହ ସାହୁ ଟିକ୍ରା ରେ ତିଆରି ଏକ ନୂତନ ସଭା ଗୃହ ର ମଧ୍ୟ ଶୁଭ ଉଦ୍ଘାଟନ କରିଥିଲେ।ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ #୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ନିଷ୍ଠା ପରିବାର ର ଟିମ୍ ସାହୁ ଟିକ୍ରା ଓ ନିଷ୍ଠା ର ଅନ୍ୟ ସଦସ୍ୟ ସଦସ୍ୟା ଏହି ଶିବିର ର ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା, ସହଯୋଗୀ ,ଶୁଭେଚ୍ଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା ।
