ସାଧାରଣତନ୍ତ୍ର ଦିବସ ପାଳିନ ଅବସରରେ କଳାକାର ମହାସଂଘ ତରଫରୁ ସଚେତନ ମୂଳକ ନୃତ୍ୟ
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତ ସମିତି ପକ୍ଷରୁ ହାଇସ୍କୁଲ ଖେଳ ପଡ଼ିଆ ଠାରେ ୭୭ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ବିଷ୍ଣୁ ଗୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏବଂ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ଦେଶର ଭବିଷ୍ୟତ ଛାତ୍ରଛାତ୍ରୀଙ୍କୁ ଦେଶ ଗଠନରେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେବାକୁ ନିବେଦନ କରିଥିଲେ ।
ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ୯ଟି ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ସମସ୍ତ କୃତି ପ୍ରତିଯୋଗୀ ଙ୍କୁ ସମିତି ତରଫରୁ ପୁରସ୍କାର ବିତରଣ କରାଯାଇଥିଲା ପରେ କଳାକାର ମହାସଂଘ,ର କଳାକାର ଙ୍କ ଦ୍ୱରା ସଚେତନତା ମୂଳକ ଏକ ଆଦିବାସୀ କୁଇ ନୃତ୍ୟ ପରିବେଷଣ କରାଯାଇଥିଲା l
ଆଜିକାଲି ର ଝିଅ ଓ ପୁଅ ନିଜକୁ କଣ୍ଟ୍ରୋଲ ନ କରି ମୋବାଇଲ ର ରଙ୍ଗ ନମ୍ବର ହେଉ କିମ୍ଵା ଜାଣି ଶୁଣି କି ହେଉ ପ୍ରେମ ସମ୍ପର୍କ ସୃଷ୍ଟି କରିଥାନ୍ତି ସମୟ କ୍ରମେ ତାଙ୍କ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ ସମର୍କ ଏତେ ଦୃଢ଼ ହୋଇଥାଏ ଯେ ସେମାନେ ନିଜ ପିତା, ମାତାଙ୍କ କଥାଙ୍କ ଭଲ ଉପଦେଶ କୁ ମୂଲ୍ୟହୀନ ଭାବି ନିଜର ପ୍ରେମ କୁ ମୂଲ୍ୟବାନ ଭାବିଥାନ୍ତି ପାଠ ପ୍ରତି ସେମାନେ ତିଳେହ ଗୁରୁତ୍ୱ ଦେଇ ନ ଥାନ୍ତି ସଦା ସର୍ବଦା ପ୍ରେମ ପାଇଁ ପାଗଳ ପ୍ରାୟ ହୋଇଥାନ୍ତି ନିଜ ପ୍ରେମିକ ମାନଙ୍କୁ ଏତେ ଗଭୀର ଭାବରେ ଭରସା କରିଥାନ୍ତି ଯେ ତାହାର ସୀମା ନାହିଁ l
ଯାହାରୀ ଫଳରେ ଅନେକ ସମସ୍ୟାର ରେ ସମ୍ମୁଖୀନ ହୋଇଥାନ୍ତି ଯାହାକି ଅନେକ ଅମାନୁଷିକ ଘଟଣା ଅତୀତରେ ଘଟିଯାଇଥିବା ନଜିର ରହିଛି ଏଣୁ ଭବିଷ୍ୟତ ଉଜ୍ଜଲ ଏବଂ ଆନନ୍ଦମୟ କରିବାକୁ ହେଲେ ମୋବାଇଲ ରେ ପ୍ରେମ ନ କରି ପିତା, ମାତା ଙ୍କ କଥା ଶୁଣି ଉତ୍ତମ ପାଠ ଓ ଉତ୍ତମ କର୍ଯ୍ୟ କରି ଏକ ଆଦର୍ଶ ବ୍ୟକ୍ତିତ୍ୱ ଗଠନ କରିବା ପାଇଁ ମହାସଂଘ ର ସଭାପତି ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଦିଗାଲ କୁଇ ଭାଷାରେ ଏକ ସୁନ୍ଦର ଗୀତ ରଚନା କରି ପାରମ୍ପରିକ ନୃତ୍ୟରେ ଦର୍ଶକଏବଂ ଛାତ୍ର ଛାତ୍ରୀଙ୍କୁ ଝୁମେଇ ଥିଲେ ଆଜିର ଏହି ଦିବସରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲିପ୍ କହଁର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନିଲ୍ ମଲ୍ଲିକ, ଏ ଏମ୍ ସି ଏସ୍ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଦୀନବନ୍ଧୁ ମହାନ୍ତି, ଅଧ୍ୟାପକ ନରେନ୍ଦ୍ର ଦିଗାଲ, ତହସିଲଦାର ହରିଶ୍ଚନ୍ଦ୍ର ପ୍ରଧାନ, ରାଜ୍ୟ ଏସ୍ ସି ମୋର୍ଚ୍ଚା ଉପ ସଭାପତି ରାମବିଶି ଦିଗାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
