ସାଇ ସୈନିକ ସ୍କୁଲରେ ରକ୍ତଦାନ ଶିବିର। ୨୦ୟୁନିଟ ରକ୍ତ ସଂଗ୍ରହ।

ସାଇ ସୈନିକ ସ୍କୁଲରେ ରକ୍ତଦାନ ଶିବିର। ୨୦ୟୁନିଟ ରକ୍ତ ସଂଗ୍ରହ।

ସାଇ ସୈନିକ ସ୍କୁଲରେ ରକ୍ତଦାନ ଶିବିର। ୨୦ୟୁନିଟ ରକ୍ତ ସଂଗ୍ରହ।

ସେମିଳିଗୁଡା.ତାରିଖ ୨୨’୧୧’୨୦୨୫’ସୁନାବେଡାସ୍ଥିତ ସାଇ ସୈନିକ ସ୍କୁଲରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ଅତିଥି ଭାବରେ ଓଡିଶା ରକ୍ତଦାତା ମହାସଂଘର କୋରାପୁଟ ଶାଖା ସଂପାଦିକା ସ୍ନିଗ୍ଧାରାଣୀମିଶ୍ର, କାର୍ଯ୍ଯକାରୀ ସଭାପତି ପ୍ରଦୀପ କୁମାର ତ୍ରିପାଠୀ ଯୋଗଦେଇ ସଂଘ ତରଫରୁ ଏକ ମାନପତ୍ର ବିଦ୍ୟାଳୟର ଚେୟାରମ୍ୟାନ ସନ୍ତୋଷ କୁମାର ଜେନାଙ୍କୁ ପ୍ରଦାନ କରିଥିଲେ।।।ବିଦ୍ୟାଳୟର ଅଧ୍ୟକ୍ଷା ସ୍ମୁତିରେଖା ଓ ଅନ୍ଯାନ୍ଯ ଶିକ୍ଷୟତ୍ରୀମାନେ ଶିବିର ପରିଚାଳନା କରିଥିଲେ।ଶ୍ରୀ ସନ୍ତୋଷ ଜେନା ପ୍ରଥମେ ରକ୍ତ ଦେଇ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଥିଲେ।ଆଜିର ଶିବିରରେ ତିନି ୟୁନିଟ ବିରଳ ରକ୍ତ ସଂଗ୍ରହ କରାଯାଇ ଥିଲା।ଏଫବିଡିଓର ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସଭାପତି ବିଜୟ ସାହୁ ଉପସ୍ଥିତ ରହି ସମସ୍ତଙ୍କୁ ଉସ୍ଚାହିତ କରିଥିଲେ।ସ୍ନିଗ୍ଧାରାଣୀମିଶ୍ର ସମସ୍ତ ମହିଳା ରକ୍ତଦାତାଙ୍କୁ ଉସ୍ଚାହିତ କରିବାସହ ଯତ୍ନ ନେଇ ଥିଲେ।ଜୁନିୟର ରେଡକ୍ରସର ବ୍ଲକ ସଂଯୋଜକ ଜ୍ବୋତି ନନ୍ଦ ମଧ୍ଯ ରକ୍ତଦାନ କରିଥିଲେ। ସେମିଳିଗୁଡା ଏଚଡିଏଫସି ବ୍ୟାଙ୍କ ଶିବିରକୁ ପ୍ରୋସ୍ଚାହିତ କରିଥିଲେ। ସମୁଦାୟ ୨୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର କର୍ମଚାରୀବୃନ୍ଦ ଗୀତାଞ୍ଜଳି ରାଉତ,ଅଜିତ କୁମାର ଗୌଡ, ରଘୁନାଥ ଗଣ୍ଡ ଓ ରବୀନ୍ଦ୍ର ମିଶ୍ର ରକ୍ତ ସଂଗ୍ରହ କରିଥିଲେ।