ସାଇବର ସୁରକ୍ଷା ଏବଂ ନିଶାମୁକ୍ତ କାର୍ଯ୍ୟକ୍ରମ ଉଦ୍‌ଘାଟିତ।

ସାଇବର ସୁରକ୍ଷା ଏବଂ ନିଶାମୁକ୍ତ କାର୍ଯ୍ୟକ୍ରମ ଉଦ୍‌ଘାଟିତ।

ସାଇବର ସୁରକ୍ଷା ଏବଂ ନିଶାମୁକ୍ତ କାର୍ଯ୍ୟକ୍ରମ ଉଦ୍‌ଘାଟିତ।

ଗଜପତି, (ମନୋଜ ପାଢ଼ୀ):- ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ପାରଳାଖେମୁଣ୍ଡିକ୍ୟାମ୍ପସରେ ରାଜ୍ୟ ଏନ୍ଏସ୍ଏସ୍ ବ୍ୟୁରୋ ପକ୍ଷରୁ ରାଜ୍ୟସ୍ତରୀୟ ଏନ୍‌ଏସ୍ଏସ୍ ସାଇବର ସୁରକ୍ଷା ଏବଂ ନିଶାମୁକ୍ତ କାର୍ଯ୍ୟକ୍ରମ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ୩ ଦିନ ଧରି ଚାଲିବା ଏଥ୍‌ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଯୋଗ ଦେଇଛନ୍ତି। ଗଜପତି ଜିଲ୍ଲା ଏସ୍ଏସ୍ଏସ୍ ନୋଡାଲ ଅଧିକାରୀ ଡଃ, ସନ୍ନ୍ୟାସୀ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇବର ସଚେତନତା ଏବଂ ଏକ ନୀଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଗୁରୁତ୍ବପୂର୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସମ୍ମାନିତ ଅତିଥ୍ ଭାବେ ଯୋଗଦେଇ ସାଇବର ଅପରାଧ, ଆଇନ ପ୍ରଣୟନ ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରିଥିଲେ। ଗୁରାଣ୍ଡିଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନସଂପ୍ରସାରଣ ଅଧିକାରୀ ମମତା ପାଢ଼ୀ ନିଶାଦ୍ରବ୍ଯ ଦ୍ରବ୍ୟ ସେବନର ସ୍ବାସ୍ଥ୍ୟଗତ ପ୍ରଭାବ ସମ୍ପର୍କରେ ସଭାକୁ ସମ୍ବୋଧୂତ କରିଥିଲେ I ସିୟୁଟିଏମ ପକ୍ଷରୁ ରେଜିଷ୍ଟ୍ରାର୍ ଡ.ଅନିତା ପାତ୍ର, ନିର୍ଦ୍ଦେଶକ (ପ୍ରଶାସନ) ଡ.ଦୁର୍ଗା ପ୍ରସାଦ ପାଢ଼ୀ, ଡିନ୍ (ପ୍ରଶାସନ) ଡ. ଏସ.ପି. ନନ୍ଦ, ଡିନ୍ କୁମାର (ଛାତ୍ର ଛାତ୍ରୀ କଲ୍ୟାଣ) ଡ. ରିତେଶ କୁମ ଏବଂ ଏନଏସଏସ ସଂଯୋଜକ ଓ କାର୍ଯ୍ୟକ୍ରମ ଅଧିକାରୀ ଡ.ନିହାଲ ଆର୍‌ଙ୍କ ସମେତ ସମସ୍ତ ଡିନ୍, ଅଧ୍ୟାପକ, କାର୍ଯ୍ୟକ୍ରମ ଅଧିକାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ବିକ୍ରମଦେବ ବିଶ୍ଵବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମ ଅଧିକାରୀ ଓ ପ୍ରତିଯୋଗୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।

ସିୟୁଟିଏମ୍ରୁ ୫୫ ଜଣ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରୁ ୧୪୫ ଜଣଙ୍କୁ ମିଶାଇ ମୋଟ ୨୨୦ ଜଣ ପ୍ରତିଯୋଗୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ସାଇବର ସୁରକ୍ଷା ଏବଂ ନିଶାମୁକ୍ତ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ସିୟୁଟିଏମ୍ ପକ୍ଷରୁ କୁହାଯାଇଛି।