ସାଇବର କବଚ ପକ୍ଷ ପାଳନ ଅବସରରେ ୪୯ ଫେକ୍ ଆକାଉଣ୍ଟ ଚିହ୍ନଟ, ୧୧ ଆାକାଉଣ୍ଟ ହୋଲଡରଙ୍କ ନାମରେ ମାମଲା ରୁଜୁ – ଗଜପତି ଆରକ୍ଷୀ ଅଧୀକ୍ଷକ ।
ସାଇବର କବଚ ପକ୍ଷ ପାଳନ ଅବସରରେ ୪୯ ଫେକ୍ ଆକାଉଣ୍ଟ ଚିହ୍ନଟ, ୧୧ ଆାକାଉଣ୍ଟ ହୋଲଡରଙ୍କ ନାମରେ ମାମଲା ରୁଜୁ – ଗଜପତି ଆରକ୍ଷୀ ଅଧୀକ୍ଷକ ।ଗଜପତି,୨୦.୨(ମନୋଜ ପାଢ଼ୀ)ରାଜ୍ୟ ସରକାର ଓ ପୋଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୧୩ ରୁ ୨୭ ପର୍ଯ୍ୟନ୍ତ ଜିଲ୍ଲାରେ ପାଳନ ହେଉଛି ସାଇବର କବଚ ପକ୍ଷ । ଏହି ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଗୁଡିକରେ ଫେକ ଆକାଉଣ୍ଟ ଖୋଲି ସାଇବର ମାଧ୍ୟମରେ ଠକେଇ ଅର୍ଥ କାରବାର ହେଉଥିବା ତଥ୍ୟ ଗଜପତି ପୋଲିସ ହାତରେ ଲାଗିଛି । ଜିଲ୍ଲାର ପାରଳାଖେମୁଣ୍ଡି, ଗାରାବନ୍ଧ, କାଶୀନଗର ଓ ମୋହନା ଥାନା ଅଞ୍ଚଳର କିଛି ଜାତୀୟ ବ୍ୟାଙ୍କରୁ ମୋଟ ୪୯ ଟି ଏଭଳି ଏକାଉଣ୍ଟ୍ କୁ ଫ୍ରୀଜ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଇତିମଧ୍ୟରେ ୧୧ ଟି ଏକାଉଣ୍ଟ୍ ସହ ଜଡ଼ିତ ଥିବା ୧୧ ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । ଏହି ସବୁ ଆକାଉଣ୍ଟରୁ ପ୍ରାୟ ଚାରି ଲକ୍ଷ ପନ୍ଦର ହଜାର ଟଙ୍କା ଜବତ କରାଯାଇଛି । ପୋଲିସ ହାତରେ ଧରାପଡ଼ିଥିବା ସମସ୍ତ ସାଇବର ଠକରେ ଜଡ଼ିତ ଥିବା ଅଭିଯୁକ୍ତ ମାନେ ପାରଳାଖେମୁଣ୍ଡି ଅଞ୍ଚଳର । ଏମାନେ ସାଇବର କ୍ରାଇମର ଅଂଶବିଶେଷ ଅଟନ୍ତି । ଏମାନଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମାନେ ବିଭିନ୍ନ ନାମରେ ମ୍ୟୁଲ୍ ବା ସନ୍ଦିଗ୍ଧ ଆକାଉଣ୍ଟ ଖୋଲି ସାଇବର ଠକେଇରେ ଠକୁଥିବା ଅର୍ଥର କାରବାର ହୋଇଛି । ଯାହାକୁ ନେଇ ତଦନ୍ତ ଚଳାଇଥିଲା ପୋଲିସ ।
ଏହାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ପରବର୍ତ୍ତୀ ସମୟରେ ଆଉ ଅଧିକ ତଥ୍ୟ ଖୁଲାସା ହେବ ବୋଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା । ଏହା ସହ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା ଜନସାଧାରଣଙ୍କୁ କହିଛନ୍ତି ଯେ କେହି ବ୍ୟକ୍ତି ବିଶେଷ ଆକାଉଣ୍ଟ ଖୋଲିବା ପାଇଁ ପ୍ରବର୍ତ୍ତାଇଲେ ସେମାନଙ୍କ ପ୍ରରଚନାରେ ନପଡିବାକୁ କହିଛନ୍ତି । ଏପରି ଆକାଉଣ୍ଟ ଖୋଲି ସାଇବର କ୍ରାଇମ ସମ୍ବନ୍ଧିତ ଆର୍ଥିକ କାରବାର କରିଥାନ୍ତି । ଯଦି ଏପରି ଆକାଉଣ୍ଟ ଖୋଲିବାରେ ଯିଏବି ସହାୟତା କରିଥିବାର ଜଣାଯାଏ ତେବେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।
