ସାଂସ୍କୃତିକ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
ଗଜପତି (ମନୋଜ ପାଢ଼ୀ)- ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ପ୍ରକୋଷ୍ଠ ଠାରେ ଗଜପତି ଉତ୍ସବ – ୨୦୨୫ ସାଂସ୍କୃତିକ କମିଟିର ପ୍ରଥମ ବୈଠକ ପଣ୍ଡିତ ଗୁରୁ ରଘୁନାଥ ପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏଥିର ବଜେଟ ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ୧୦ ଟି ସାଂସ୍କୃତିକ ଦଳ , ବିଭିନ୍ନ ଜିଲ୍ଲା ରୁ ପ୍ରେରଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।
ରାଜ୍ୟ ବାହାରୁ EZCC ତରଫରୁ ଦୁଇ ଟି ଜାତୀୟ ସାଂସ୍କୃତିକ ଦଳ ଆଣିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି। ଉକ୍ତ ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠି , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ନୃସିଂହ ଚରଣ ପଟ୍ଟନାୟକ , ଏମ୍. ପୃଥିବୀ ରାଜ , ବାଳକୃଷ୍ଣ ପାଣିଗ୍ରାହୀ , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ସୁଧୀର ହୋତା , ଶୁଭେନ୍ଦୁ ମୋହନ ସେନାପତି , ସିଗ୍ଧା ମିଶ୍ର , ବିଜୟ ଗୌଡ , କୃଷ୍ଣ ବେହେରା , ଶିଶିର ଗୌଡ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇ ଥିଲେ।
