ସହରାଞ୍ଚଳ ବିଦ୍ୟାଳୟ ଓ ହୋଷ୍ଟେଲ ଗୁଡିକରେ ରନ୍ଧନ ଗ୍ୟାସ ଅଭାବ ପରିଲକ୍ଷିତ ।

ସହରାଞ୍ଚଳ ବିଦ୍ୟାଳୟ ଓ ହୋଷ୍ଟେଲ ଗୁଡିକରେ ରନ୍ଧନ ଗ୍ୟାସ ଅଭାବ ପରିଲକ୍ଷିତ ।

ସହରାଞ୍ଚଳ ବିଦ୍ୟାଳୟ ଓ ହୋଷ୍ଟେଲ ଗୁଡିକରେ ରନ୍ଧନ ଗ୍ୟାସ ଅଭାବ ପରିଲକ୍ଷିତ ।

ଗଜପତି,୧୭.୩(ମନୋଜ ପାଢ଼ୀ ):- ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ରନ୍ଧନ ଗ୍ୟାସ ଉପରେ ପ୍ରଭାବ ପଡିଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ ଗ୍ୟାସର ଅଭାବ ଦିନକୁ ଦିନ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ବ୍ୟବସାୟ ପ୍ରତିଷ୍ଠାନ ତଥା ହୋଟେଲ ରେସ୍ତୋରାଁ ଗୁଡିକ ଗ୍ୟାସ ଅଭାବର ସମ୍ମୁଖୀନ ହୋଇ କାଠ ଚୁଲି ରନ୍ଧା ଆରମ୍ଭ କରିଦେଇଥିବା ବେଳେ କ୍ଷୁଦ୍ର ବ୍ୟବସାୟୀ ତଥା ଠେଲା ଲଗାଇ ଖାଦ୍ୟ ସାମଗ୍ରୀ ବିକ୍ରୀବଟା କରୁଥିବା ବ୍ୟବସାୟୀମାନେ କେତେକ ବନ୍ଦ କରିଦେଇଥିବା ବେଳେ ଆଗାମୀ ଦିନରେ ଯଦି ଗ୍ୟାସର ଏପରି ଅଭାବ ପରିଲକ୍ଷିତ ହୁଏ ତେବେ ବ୍ୟବସାୟ ବନ୍ଦ କରିବାକୁ ଅନେକ ମନସ୍ଥ କରିଛନ୍ତି । ତେବେ ଜାଳେଣି ଗ୍ୟାସ୍ ଅଭାବ ଜିଲ୍ଲାର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳରେ ଦେଖିବାକୁ ମିଳୁଥିବା ବେଳେ ଗ୍ରାମାଞ୍ଚଳରେ କାଠ ଚୁଲିର ବ୍ୟବହାର ଯୋଗୁଁ କିଛି ମାତ୍ରାରେ ଲୋକେ ଉପକୃତ ହେଉଛନ୍ତି । ହେଲେ ସହରାଞ୍ଚଳରେ କାଠର ବ୍ୟବହାର କିମ୍ବା ସଠିକ୍ ଭାବେ କାଠ ମିଳୁ ନଥିବାଯୋଗୁଁ ଗ୍ୟାସ୍ ଉପରେ ନିର୍ଭର କରୁଥିବାରୁ ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ୟାସ୍ ବୁକିଂ କରିବାର 5ରୁ 7 ଦିନ ବିତିଯାଇଥିଲେ ମଧ୍ୟ ସିଲିଣ୍ଡର ପାଇନଥିବାର ଜଣାଇଛନ୍ତି ଗ୍ୟାସ ବ୍ୟବହାର କରୀମାନେ । ବିଶେଷ କରି ସହରରେ ଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଥିବା ବିଭିନ୍ନ ବିଦ୍ୟାଳୟ ଓ ହୋଷ୍ଟେଲ୍ ଗୁଡିକ ଗ୍ୟାସ ସିଲିଣ୍ଡର ଉପରେ ନିର୍ଭର କରିଥାନ୍ତି । ଏପରି ପରିସ୍ଥିତିରେ ଗ୍ୟାସ୍ ନ ମିଳିବାରୁ କୌଣସି ମତେ କାଠ ଚୁଲିର ରୋଷେଇ କରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି ।

ଏପରି କି କିଛି ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶାସନର ଦ୍ବାରସ୍ଥ ହୋଇଥିବାର ଜଣାପଡିଛି । ଜିଲ୍ଲାପ୍ରଶାସନ ହସ୍ତକ୍ଷେପ କରି ଗ୍ୟାସ୍ ଯୋଗାଇଦିଆଯାଇଥିବାର ଜଣାଯାଇଛି ।