ସହରାଞ୍ଚଳ ଚିକିତ୍ସାଳୟ ନିରୀକ୍ଷଣ କଲେ ବିଧାୟକ
ଗଜପତି,୨୫.୩(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଭଣ୍ଡାରି ସାହି ରେଥୂବା ସହରାଞ୍ଚଳ ଚିକିତ୍ସାଳୟ ନୂତନ କୋଠାର ନିର୍ମାଣ ଅତି ନିମ୍ନମାନ ର ହୋଇଥିବା ଶୁଣି ଆଜି ସନ୍ଧ୍ୟା ସମୟରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ଗସ୍ତ କରି ନିର୍ମାଣଧୂନ କାର୍ଯ୍ୟଗୁଡିକର ନିରୀକ୍ଷଣ କରିଥିଲେ । କୋଠା ଠାରୁ ମୁଖ୍ୟ ଫଳକର ଆକାର ବଡ ହୋଇଥିବାରୁ ବିଧାୟକ କ୍ଷୁବ୍ଧ ହୋଇଥିଲେ । ସେ ସଙ୍ଗେ ସଙ୍ଗେ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ଙ୍କୁ ଫନ୍ ମାଧ୍ୟମରେ ସୂଚାଇ ଥିଲେ । ଅତି ଶୀଘ୍ର ଏହାର ତଦାରଖ କରି ସଠିକ୍ ଢଙ୍ଗରେ କାମ କରିବା ସହ ପଦେକ୍ଷପ ନେବାକୁ କହିଥିଲେ । ଏହା ସହ ଚିକିତ୍ସାଳୟରେ ଥୂବା ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥ ପଚାରି ବୁଝିବା ସହ ରୋଗୀସେବାକୁ ନେଇ ଆଲୋଚନା ମଧ୍ୟ କରିଥିଲେ । ବିଧାୟକଙ୍କ ଏହି ଗସ୍ତ ସମୟ ରେ ସ୍ଥାନୀୟ କାଉଁସିଲର ଉପସ୍ଥିତ ଥିଲେ ।
