ସହଯୋଗୀ କର୍ମଚାରୀଙ୍କୁ ସଶକ୍ତ କରିବା ପାଇଁ ‘ପ୍ରୋଜେକ୍ଟ ସାଥି’ ଆରମ୍ଭ କଲା ଟିପିଏସ୍ଓଡିଏଲ୍

ସହଯୋଗୀ କର୍ମଚାରୀଙ୍କୁ ସଶକ୍ତ କରିବା ପାଇଁ ‘ପ୍ରୋଜେକ୍ଟ ସାଥି’ ଆରମ୍ଭ କଲା ଟିପିଏସ୍ଓଡିଏଲ୍

ସହଯୋଗୀ କର୍ମଚାରୀଙ୍କୁ ସଶକ୍ତ କରିବା ପାଇଁ ‘ପ୍ରୋଜେକ୍ଟ ସାଥି’ ଆରମ୍ଭ କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର, ଫେବ୍ରୁଆରୀ- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ‘ପ୍ରୋଜେକ୍ଟ ସାଥି’ ପ୍ରକଳ୍ପ ଆରମ୍ଭ କରାଯାଇଛି । ବ୍ରହ୍ମପୁରର ଲାଠି ଗ୍ରାମରୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହା ମାଧ୍ୟମରେ କମ୍ପାନୀର ସହଯୋଗୀ କର୍ମଚାରୀମାନଙ୍କ ନିମନ୍ତେ ଶିକ୍ଷା, ଜୀବିକା, ସ୍ୱାସ୍ଥ୍ୟ ତଥା ସାମଗ୍ରିକ ବିକାଶର ଏକ ସହକାରୀ ଇକୋସିଷ୍ଟମ୍ ପ୍ରସ୍ତୁତ କରାଯାଇଛି । ପ୍ରକଳ୍ପ ଅଧିନରେ, ‘ପ୍ରଗତି ପଥ’ ଭଳି ଯୋଜନାକୁ ସାମିଲ କରାଯାଇଛି, ଯାହା ମାଧ୍ୟମରେ ସହଯୋଗୀ କର୍ମଚାରୀଙ୍କ ପରିବାରର ପିଲାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ । ସରକାରୀ ଆଇଟିଆଇ ତଥା ଡିପ୍ଲୋମା କଲେଜରେ ନାମ ଲେଖାଇବା ପ୍ରକ୍ରିୟାରେ ପିଲାମାନଙ୍କୁ କମ୍ପାନୀ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବ । ସେହିପରି ‘ମାର୍ଗ ଦର୍ଶନ’ ଭଳି ପଦକ୍ଷେପ ସେମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଥିବା ଭବିଷ୍ୟତର ସମ୍ଭାବନା ସମ୍ପର୍କରେ ଅବଗତ କରାଇବ ଓ ଆର୍ଥିକ ମାର୍ଗଦର୍ଶନ ଦେବ । ‘ଆରୋଗ୍ୟ ପରିବାର’ ପଦକ୍ଷେପ ଜରିଆରେ ସଞ୍ଜିବନୀ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଔଷଧାଳୟ, କର୍ମଚାରୀ ଓ ସେମାନଙ୍କ ପରିବାରକୁ ସୁଗମ ସ୍ୱାସ୍ଥ୍ୟସେବା ଯୋଗାଇବ । ଏହି ଶିବିରଗୁଡ଼ିକ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଅନ୍ୟ ଡ଼ାକ୍ତରୀ ସହାୟତା ପ୍ରଦାନ କରିବେ ।

ବ୍ରହ୍ମପୁରର ଲାଠି ଗ୍ରାମରେ ୬୫ରୁ ଅଧିକ ସହଯୋଗୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପକୁ ବିଦ୍ଧିବଦ୍ଧ ଭାବେ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । କମ୍ପାନୀର ସିଏସ୍ଆର୍ ପଦକ୍ଷେପ ଦ୍ୱାରା ପରିଚାଳିତ ‘ଧାଗା’ ଓ ଧୂପବତୀ ସେଣ୍ଟରର ଷ୍ଟଲ ମଧ୍ୟ ସେଠାରେ ପ୍ରଦର୍ଶିତ ହୋଇଥିଲା । ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ସହଯୋଗୀ କର୍ମଚାରୀଙ୍କ ସାର୍ବଙ୍ଗୀନ ବିକାଶ କରିବା ଓ ସେମାନଙ୍କୁ ଏକ ଦକ୍ଷ ମାନବ ସମ୍ୱଳରେ ପରିଣତ କରିବା ଦିଗରେ ‘ପ୍ରୋଜେକ୍ଟ ସାଥୀ’ ବିଶେଷ ରୂପେ ସହାୟକ ହେବ । ଟିପିଏସ୍ଓଡିଏଲ୍ ସହ ଜଡ଼ିତ ସଂପ୍ରଦାୟଗୁଡ଼ିକୁ ଶିକ୍ଷା, ସ୍ୱାସ୍ଥ୍ୟ ତଥା ଜୀବିକା ଭଳି ମାନଦଣ୍ଡରେ ସଶକ୍ତ ଓ ସମୃଦ୍ଧ କରିବା ଦିଗରେ ଆମେ ସଦା ପ୍ରୟାସରତ ଅଛୁ। ” ଏଭଳି ପଦକ୍ଷେପ ମାଧ୍ୟମରେ, ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାରେ ଏକ ସଶକ୍ତ ଓ ପ୍ରଗତିଶୀଳ ସମାଜ ଗଠନ ଦିଗରେ ଉଦ୍ୟମ ଜାରି ରଖିଛି ।