ସର୍ବଭାରତୀୟ ଓପନ କରାଟେ ପ୍ରତିଯୋଗିତା କନ୍ଧମାଳର ସଫଳତା
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ଠାରେ 15 ତମ ସର୍ବଭାରତୀୟ ଓପନ କରାଟେ ପ୍ରତିଯୋଗିତା ତା -27/12/2025 ରେ ଆରମ୍ଭ ହୋଇ ତା -30/12/2025ରେ ଶେଷ ହୋଇ ଥିଲା l ଉତ୍କଳ କରାଟେ ସ୍କୁଲ ଏବଂ ସୁକକାଇ କରାଟେ ଡୁ ୟୁନିଅନ ଇଣ୍ଡିଆ ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ହୋଇଥିଲା l କରାଟେ ଇଣ୍ଡିଆ ଅର୍ଗନାଇଜେସନ ସ୍ପିକୃତି ପ୍ରାପ୍ତ ଉକ୍ତ ପ୍ରତିଯୋଗିତାରେ ଓଡିଶା ସମେତ ଗୁଜୁରାଟ,ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ମୋଟ 1200 ଜଣ ପ୍ରତିଯୋଗିତା ଏବଂ 100 ଜଣ ଅଫିସିଆଲ ଯୋଗଦେଇଥିଲେ l ସେନସେଇ ଜୁନେସ ଦିଗାଳ(ଉତ୍କଳ କରାଟେ ସ୍କୁଲ କନ୍ଧମାଳ ର ପ୍ରତିଷ୍ଠାତା ତଥା ଜେନେରାଲ ସେକ୍ରେଟାରୀ) ଙ୍କ ତତ୍ବଧାନରେ ଏବଂ ସେନସେଇ ଗୋପାଳ ଚନ୍ଦ୍ରଙ୍କ ସହଯୋଗରେ କନ୍ଧମାଳ ରୁ 5 ଜଣ ପ୍ରତିଯୋଗୀ ଭାଗ ନେଇ ମୋଟ 10 ପଦକ ହାସଲ କରିଛନ୍ତି l ସ୍ଵର୍ଣ ପଦକ -3,ରୌପ୍ୟ ପଦକ 3 ଏବଂ କାଂସ୍ୟ ପଦକ 4 ସାମିଲ ଅଛି l ସେଥି ମଧ୍ୟରୁ ସ୍ୱୟଂମ ମହାପାତ୍ର ବ୍ଲାକବେଲ୍ଟ ଫାଇଟ ରେ ସ୍ଵର୍ଣ ଏବଂ କାତା ରେ କାଂସ୍ୟ ପଦକ, ସାନଭି ସାଧନା ପ୍ରଧାନ ବ୍ରାଉନ ବେଲ୍ଟ ଫାଇଟ ରେ ସ୍ଵର୍ଣ ଏବଂ କାତା ରେ ସ୍ଵର୍ଣ ପଦକ, ପ୍ରିୟାଂଶୁ ଶେଖର ବ୍ରାଉନ ବେଲ୍ଟ ଫାଇଟ ରେ କାଂସ୍ୟ ଏବଂ କାତା ରେ ରୌପ୍ୟ ପଦକ, ଅଭିଜିତ ପ୍ରଧାନ ବ୍ରାଉନ ବେଲ୍ଟ ଫାଇଟ ରେ କାଂସ୍ୟ ଏବଂ କାତା ରେ ରୌପ୍ୟ ପଦକ ଏବଂ ଅମ୍ରିତ ମହାପାତ୍ର ଏଲୋ ବେଲ୍ଟ ଫାଇଟ ରେ କାଂସ୍ୟ ଏବଂ କାତା ରେ ରୌପ୍ୟ ପଦକ ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l

